ଛତିଶଗଡ଼ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ବିଏସ୍ଏଫ୍ ଯବାନ ସହିଦ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଛତିଶଗଡ଼ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ କାର୍ଯ୍ୟରତ ଓଡ଼ିଆ ବିଏସ୍ଏଫ୍ ଯବାନ ସହିଦ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗାଁର ପ୍ରକାଶ ଶିଅଳ ସହିଦ ହୋଇଛନ୍ତି । ସେ ଛତିଶଗଡ଼ କୋବ୍ରା ୨୦୬ ବାଟାଲିଅନ୍ରେ କାମ କରୁଥିଲେ । ଗତକାଲି ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ସେ ସାଥୀ ଯବାନଙ୍କ ସହ ସୁକମା ଜିଲ୍ଲା ମିନାପା ଅଂଚଳର ଏକ ଭୋଟ୍ ଗ୍ରହଣ କେନ୍ଦ୍ରକୁ ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ ।ସେତିକିବେଳେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଫଳରେ ପ୍ରକାଶଙ୍କ ସହ ୪ ଜଣ ବିଏସ୍ଏଫ୍ ଯବାନ ଗୁରୁତର ଆହତ ହୋଇଥିଲେ ।

ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଯାଇଥିଲା । ପ୍ରକାଶଙ୍କ ଦୁଇ ଗୋଡରେ ଅସ୍ତ୍ରୋପଚାର କରାଯାଉଥିବା ବେଳେ ତାଙ୍କ ଜୀବନ ଚାଲିଯାଇଥିଲା । ଏହି ଖବର ଜଣାପଡ଼ିବା ପରେ ଜନ୍ମମାଟି ଗୋପାଳପୁର ସହ ବାଲେଶ୍ୱର ତଥା ସାରା ରାଜ୍ୟରେ ଶୋକ ପ୍ରକାଶ ପାଇଛି ।

Related Posts