ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଟକ ମହାନଗର ନିଗମ କାଉନସିଲ ବୈଠକରେ ହୋହାଲ୍ଲା। ବିଭ୍ରାନ୍ତିକର ସୂଚନା ନେଇ ଅଧିକାରୀଙ୍କୁ ଘେରିଲେ ବିରୋଧୀ। କଟକ ମହାନଗର ନିଗମ ଦ୍ଵାରା ଅର୍ବାନ ହାଟ ଥଇଥାନ ନେଇ ବିଭ୍ରାଟ ସୃଷ୍ଟି ହୋଇଛି। ଏଜେନ୍ସି ଦ୍ଵାରା ଠିକା ସଂସ୍ଥା ନିଯୁକ୍ତିରେ ଭୁଲ ତଥ୍ୟ ପ୍ରଦାନ ନେଇ କାଉନସିଲ ବୈଠକରେ ହୋହାଲ୍ଲା ହୋଇଛି। ଏହାସହିତ ହାଟ ର ପିଣ୍ଡି ବଣ୍ଟନକୁ ନେଇ ଅନିୟମିତତା ହୋଇଥିବା କଂଗ୍ରେସ ଅଭିଯୋଗ କରିଛି।
ଖବର ଅନୁଯାୟୀ, ସୋମବାର ବିଜୁ ଭବନରେ ଅନୁଷ୍ଠିତ ବୈଠକର ଆରମ୍ଭରୁ ହିଁ ବିରୋଧୀ ଦଳ କର୍ପୋରେଟରମାନେ ଗର୍ଜିଥିଲେ। ହଲରେ ବିରୋଧୀ ଓ ଶାସକ ଦଳ କର୍ପୋରେଟର ପରସ୍ପର ମଧ୍ୟରେ କଥା କଟାକଟି ହୋଇଥିଲେ। ସ୍ଥିତି ଅସମ୍ଭାଳ ହେବାରୁ ମେୟର ସୁବାସ ସିଂହ ଓ କମିଶନର ନିଖିଲ ପବନ କଲ୍ୟାଣ ବୈଠକକୁ ଅଧାରୁ ଅଧଘଣ୍ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଉଭୟ କଂଗ୍ରେସ ଓ ବିଜେପି ଦଳର କର୍ପୋରେଟର ଅଧିକାରୀଙ୍କୁ ଘେରିଛନ୍ତି।





