ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗଭୀର ବୋରୱେଲରେ ଖସି ପଡ଼ିଥିବା ୮୦ ବର୍ଷୀୟ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିବା ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ଲାଗି ନେଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ସଦର ବ୍ଲକ କଇଁଫୁଲ ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗତକାଲି ରାତିରୁ ବୃଦ୍ଧ ମହିଳା ୨୦ ଫୁଟ ତଳେ ଥିବା ସୂଚନା ମିଳିଥିଲା। ବୋରୱେଲରେ ଖସିପଡିଥିବା ବୃଦ୍ଧା ଜଣକ ହେଲେ ଦୁଖୀ ନେଗୀ । ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବୃଦ୍ଧାଙ୍କ ପାଖରେ ଅକ୍ସଜେନ୍ ପଠାଯାଇଛି। ଏଣେ ଆଉ ଏକ ଗାତ ଖୋଳା ଚାଲିଛି। ତେଣେ ଏନଡିଆରଏଫ୍ ଟିମ୍ ବି ଘଟଣାସ୍ଥଳକୁ ଯାଇଥିଲେ।
ମିଳିଥିବା ସୂଚନା ମୁତାବକ, ଗତକାଲି ବୃଦ୍ଧା ଦୁଖୀ ନେଗୀ କୌଣସି କାର୍ଯ୍ୟରେ ଆସିଥିବା ବେଳେ ବୋରୱେଲ ଭିତରେ ଖସିପଡ଼ିଥିଲ । ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସୂଚନା ମିଳିନଥିଲା। ତେବେ ଆଜି ବୃଦ୍ଧା ବୋରୱେଲ ଭିତରକୁ ଖସିପଡ଼ିଥିବା ନେଇ ଜାଣିବାକୁ ପାଇଥିଲେ ପରିବାରଲୋକ।





