ଆଜି ଉଦଘାଟନ ହେବ ନନ୍ଦନକାନନ ରୋପ୍ ୱେ, ଆସନ୍ତାକାଲିଠୁ ରୋପ ୱେରେ ମଜା ନେବେ ପର୍ଯ୍ୟଟକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ନନ୍ଦନକାନନ ରୋପ୍ ୱେ। ଆଜି ଅପରାହ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ନୂତନ ରୋପ୍ ୱେର ଉଦଘାଟନ କରିବେ। ଆଜି ଉଦଘାଟନ ପରେ ଏହା ଆସନ୍ତା କାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ। କାଲିଠାରୁ ପର୍ଯ୍ୟଟକ ଏହାର ମଜା ନେଇପାରିବେ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ନନ୍ଦନକାନନରେ ରୋପ୍ ୱେ ବ୍ୟବସ୍ଥା ଥିଲା। ଦୀର୍ଘ ବର୍ଷ ହେବ ଏହା ଅଚଳ ପଡ଼ିଥିଲା। ପରେ ପୁଣି ଥରେ ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ରୋପ ୱେ ଦ୍ୱାରା ପର୍ଯ୍ୟଟକମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଉଦ୍ଭିଦ ଉଦ୍ୟାନକୁ ଯାତ୍ରା କରିପାରିବେ। ଏଥିସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇପାରିବେ।

Related Posts