ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ । ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ଗଙ୍ଗା ପାଇକରାୟଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ଗଙ୍ଗାଙ୍କ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ପୈତୃକ ଘରେ, ନବରଙ୍ଗପୁର ସ୍ଥିତ ଡି ଏସ୍-ଥ୍ରୀ ସିନେମା ହଲ ନିକଟରେ ଥିବା ଭଡ଼ା ଘରେ ଓ ଅଫିସ ସମେତ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ଭିଜିଲାନ୍ସ ବିଭାଗର ୫ଟିମ୍ ସାମିଲ ହୋଇଛନ୍ତି।





