ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ୨୬ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ମୋସନ ଆଣିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ସମର୍ଥନ ଜଣାଇଲେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା ଓ ଭୁପିନ୍ଦର ସିଂ । ଆଗୁଆ ବିଧାନସଭା ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ କରି ବିଜେପି ଓ କଂଗ୍ରେସର କକ୍ଷ ତ୍ୟାଗ କରିଥିଲେ । ଏହାପରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ତେବେ ଏହି ଅଧିବେଶନରେ ମାତ୍ର ୪ ଦିନ ଚାଲିଛି ବିଧାନସଭା । ଏହି ୪ ଦିନ ମଧ୍ୟରେ ଗୋଟିଏ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିବା ବେଳେ ଦୁଇ ଦିନ ଧରି ଆଦିବାସୀ ଜମି ହସ୍ତାନ୍ତର ଆଇନକୁ ପ୍ରବଳ ହୋହଲ୍ଲା ହୋଇଥିଲା । ଯାହା ଫଳରେ ଗୃହକାର୍ଯ୍ୟ ଚାଲି ପାରିନଥିଲା। ତେବେ ଡିସେମ୍ବର ୩୦ ପର୍ଯ୍ୟନ୍ତ ବିଧାନସଭା ଚାଲିବା ନେଇ ପ୍ରକାଶ ପାଇଥିଲା ବିଜ୍ଞପ୍ତି ।





