ଡିସେମ୍ବରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି!

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବର ଶେଷ ସୁଦ୍ଧା ମୋଦି ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି ବୋଲି ଆଜି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି।

ମୋଦିଙ୍କ ଓଡ଼ିଶା ଗସ୍ତ ସୂଚୀରେ ସମ୍ବଲପୁରରେ ୩ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି। ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଗସ୍ତରେ ସମ୍ବଲପୁରରେ ଥିବା ୩ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ନା ତାଙ୍କର ଅନ୍ୟ କିଛି କାର୍ଯ୍ୟକ୍ରମ ରହିଛି, ଏହାସହ କାହାକୁ ଭେଟିବେ ଓ ନିଜର ଦଳୀୟ ନେତାଙ୍କ ସହ ଆଲୋଚନା କରିବେ କି ନାହିଁ ସେନେଇ ସୂଚନା ମିଳିନାହିଁ।

ଏହାସହ ପ୍ରଧାନମନ୍ତ୍ରୀ କେଉଁ ତାରିଖରେ ଓଡ଼ିଶା ଆସିବେ, ତାହା ମଧ୍ୟ ଚୂଡ଼ାନ୍ତ ହୋଇନାହିଁ। ତେବେ ଡିସେମ୍ବର ୨୪ ତାରିଖରେ ମୋଦି ଓଡ଼ିଶା ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏହାସହ ଆଗକୁ ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଜାନୁଆରୀ ଓ ଫେବୃଆରୀ ମାସରେ ମଧ୍ୟ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସିପାରନ୍ତି ବୋଲି ମୋହନ ମାଝୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶରେ ଶକ୍ତି ବୃଦ୍ଧି କରିବା ସହ ସରକାର ବନାଇବା ପାଇଁ ନିଶ୍ଚିତ ଭାବରେ କାର୍ଯ୍ୟକ୍ରମ କରିବ ବୋଲି ମୋହନ କହିଛନ୍ତି।

ଅନ୍ୟପକ୍ଷରେ ତିନି ରାଜ୍ୟରେ ବିଜେପିର ବିଜୟ ଓ ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଗ୍ରସ୍ତ ଓଡ଼ିଶା ବିଜେପିକୁ କେତେ ଫାଇଦା ଦେଉଛି ଏବେ ତାହାରି ଉପରେ ନଜର।

Related Posts