ବଢ଼ୁଛି ଶୀତର ପ୍ରକୋପ: ୧୦ ଡିଗ୍ରି ତଳେ ରାଜ୍ୟର ତିନି ସହର, ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଏବେ ରାଜ୍ୟରେ ଶୀତର ପ୍ରକୋପ ବଢ଼ୁଥିବାର ଦେଖିବାକୁ ମିଳିଛି। ଗତକାଲି ରାତିରେ ବିଭିନ୍ନ ସ୍ଥାନର ତାପମାତ୍ରା ତଳକୁ ଖସିଥିବା ଦେଖିବାକୁ ମିଳିଥିଲା। ଏବର୍ଷ ପ୍ରଥମ ଥର ରାଜଧାନୀ ଭୁବନେଶ୍ୱର ଓ କଟକର ରାତ୍ରି ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା। କଟକରେ ରାତ୍ରି ତାପମାତ୍ରା ୧୪.୫ ଡିଗ୍ରି ଓ ଭୁବନେଶ୍ୱରର ରାତ୍ରି ତାପମାତ୍ରା ୧୪.୬ ଡିଗ୍ରି ରେକର୍ଡ କରାଯାଇଛି।

ତେବେ ଜି.ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପରିଗଣିତ ହୋଇଛି। ଏଠାରେ ତାପମାନ ୭.୨ ରେକର୍ଡ କରାଯାଇଛି। ଏଣେ କେନ୍ଦୁଝରଠାରେ ଗତ ରାତିରେ ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରି ରେକର୍ଡ ହୋଇଛି। ଏଣେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରେକର୍ଡ ହୋଇଛି। ଏଣେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରେକର୍ଡ କରାଯାଇଛି। ଯଶିପୁରରେ ୧୨ ଡିଗ୍ରି ରେକର୍ଡ ହୋଇଛି।

Related Posts