ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶିମିଳିପାଳରେ ମହାବଳ ବାଘଙ୍କ ଭିତରେ ଲଢ଼େଇ । ଦୁଇଟି ମହାବଳ ବାଘ ମଧ୍ୟରେ ଏହି ଲଢ଼େଇ ହୋଇଛି । T 31 ଓ T 35 ମଧ୍ୟରେ ଏହି ବିଗ୍ ଫାଇଟ ହୋଇଛି । ଉଭୟଙ୍କ ମଧ୍ୟରୁ ଟି ୩୫, ଟି ୩୧ ଅପେକ୍ଷା ଯୁବ ବୟସର । ନିର୍ଦ୍ଦିଷ୍ଟ ଜଙ୍ଗଲରେ ନିଜର ଏକଚାଟିଆ ଆଧିପତ୍ୟ ପାଇଁ ବାଘ-ବାଘ ମଧ୍ୟରେ ଲଢେଇ ହୋଇଥାଏ । ଏହି ଦୁଇ ବିଗ୍ କ୍ୟାଟ୍ଙ୍କ ବିଗ୍ ଫାଇଟ ମଧ୍ୟ ଆଧିପତ୍ୟ ପାଇଁ ହୋଇଥିବା ଅନୁମାନ କରାଯାଉଛି ।
ଶିମିଳିପାଳ କର୍ତ୍ତୃପକ୍ଷଙ୍କ ତରଫରୁ ଏହାର ଭିଡିଓ ଜାରି କରାଯାଇଛି । ଭିଡିଓରେ କିଛି ସମୟ ପରେ ଦେଖାଯାଇଛି ଯେ, ଟି ୩୫ ଏକାକୀ ବୁଲୁଛି । ଅର୍ଥାତ ଏହି ବାଘଟି ଲଢ଼େଇରେ ଜିତିଥିବାର ଅନୁମାନ କରାଯାଉଛି । ଫଳରେ ଶିମିଳିପାଳ ଅଭୟାରଣ୍ୟର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ T-35 ନିଜର ଏକ ଚାଟିଆ ଆଧିପତ୍ୟ ଜାହିର କରିଥିବା ସ୍ପଷ୍ଟ ହୋଇଛି ।
ଏହା ଏକ ସାଧାରଣ ଘଟଣା । ମାତ୍ର ଲୋକଙ୍କୁ ମହାବଳ ବାଘଙ୍କ ଫାଇଟ୍ ସମ୍ପର୍କରେ ଅବଗତ କରିବାକୁ ଏହି ଭିଭିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିବା ଶିମିଳିପାଳ RRCF ପ୍ରକାଶ କରିଛନ୍ତି । ତେବେ ଶିମିଳିପାଳ ଅଭୟାରଣ୍ୟରେ ବାଘଙ୍କ ଅସ୍ତିତ୍ୱକୁ ନେଇ ବହୁ ପ୍ରଶ୍ନ ଉଠୁଥିବା ବେଳେ ଏବେ ସେଥିରେ ଏକ ପ୍ରକାର ବିରାମ ଲାଗିଛି । କାରଣ ଏପରି ଫାଇଟ୍ ଶିମିଳିପାଳରେ ବାଘଙ୍କ ବଂଶବିସ୍ତାର ହେଉଥିବା ସୂଚନା ଦେଉଛି ।
ଶିମିଳିପାଳ ଏବେ ବାଘଙ୍କ ବାଘଙ୍କ ସୁରକ୍ଷା ଆଶ୍ରୟସ୍ଥଳୀ ପାଲଟିଛି । ଶିମିଳିପାଳରେ ୩ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇ ପାଟ୍ରୋଲିଂ କରାଯାଉଛି । ଏଥିସହ ବନ ବିଭାଗ ପକ୍ଷରୁ ମଧ୍ୟ କଡ଼ା ପହରା ଦିଆଯାଉଛି । ଫଳରେ ଦିନେ ଶିକାରୀଙ୍କ ଚରା ଭୂଇଁ ପାଲଟିଥିବା ଶିମିଳିପାଳ ଏବେ ସେଥିରୁ ମୁକ୍ତ ପାଉଥିବା ଅନୁମାନ କରାଯାଉଛି ।





