କାମିଆ ଜାନି ବିବାଦ ଭିତରକୁ ଧର୍ମେନ୍ଦ୍ରଙ୍କୁ ଟାଣିଲେ ମାନସ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୟୁଟ୍ୟୁବର କାମିଆ ଜାନିଙ୍କ ଭିଡିଓକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଥିବା ଝଡ଼ ଥମିବାର ନାଁ ନେଉନାହିଁ । ବିଜେପି ଏବଂ ବିଜେଡି ମଧ୍ୟରେ ବାକ୍‌ଯୁଦ୍ଧ ଏବେବି ଜାରି ରହିଛି । ତେବେ ଏହାରି ଭିତରେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ।

ଟ୍ବିଟ୍‌ କରି ମାନସ ଧର୍ମେନ୍ଦ୍ରଙ୍କୁ କହିଛନ୍ତି ଯେ, ମୋଦିଙ୍କ ନେତୃତ୍ବ ବିଜେପି ସରକାର ହିନ୍ଦୁ ଐତିହ୍ୟ ଏବଂ ମନ୍ଦିରର ଚଳଚ୍ଚିତ୍ର ମାଧ୍ୟମରେ ପ୍ରଚାର ପ୍ରସାର କରିବା ପାଇଁ କାମିଆ ଜାନିଙ୍କୁ ନିଯୁକ୍ତ କରିଛନ୍ତି । ଅଯୋଧ୍ୟା ରାମ ମନ୍ଦିର ଓ ଚାରିଧାମ ମନ୍ଦିର ଦର୍ଶନ ପାଇଁ ସେ ଯାଇଛନ୍ତି। ଏଥିପାଇଁ ଆପଣମାନେ ତାଙ୍କୁ ପ୍ରଶଂସା କରିଥିବା ଦେଖାଯାଇଛି । ତେବେ ଶ୍ରୀମନ୍ଦିର ପ୍ରବେଶକୁ ନେଇ ଆପଣଙ୍କର ସମସ୍ୟା କ’ଣ? ବୋଲି ମାନସ ପ୍ରଶ୍ନ କରିଛନ୍ତି । ପ୍ରରିକ୍ରମା ପ୍ରକଳ୍ପକୁ ନେଇ ବୋଧେ ଆପଣ ପାଇଁ ଅସହିଷ୍ଣୁ ହୋଇପଡ଼ିଛନ୍ତି । କାହିଁକି ମିଥ୍ୟା ଖବର ପ୍ରସ୍ତୁତ କରୁଛନ୍ତି ବୋଲି ଧର୍ମେନ୍ଦ୍ରଙ୍କୁ ମାନସ ପ୍ରଶ୍ନ କରିଛନ୍ତି ।

https://x.com/manasrmangaraj/status/1738160666631082115?s=46&t=ZQVNhM1U752L6USWt9eA9g

Related Posts