ବିବାଦ ବଢିବା ପରେ ମୁହଁ ଖୋଲିଲେ କାମିୟା; କହିଲେ, ‘ମୁଁ କେବେ ବି ବିଫ୍‌ ଖାଇନାହିଁ’

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିବାଦ ବଢିବା ପରେ ମୁହଁ ଖୋଲିଲେ ୟୁ-ଟ୍ୟୁବର କାମିୟା ଜାନି। କହିଲେ ସେ ଜଣେ ହିନ୍ଦୁ। ସେ କେବେ ବି ବିଫ୍ ଖାଇନାହାଁନ୍ତି କିମ୍ବା ଗୋମାଂସର ପ୍ରଚାର ପ୍ରସାର କରିନାହାଁନ୍ତି।

ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଏକ ଭିଡ଼ିଓ ଜାରି କରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର କର୍ତ୍ତବ୍ୟ ଭାରତର ବିଭିନ୍ନ ପ୍ରକାରର ନୂଆ ଜିନିଷକୁ ବିଶ୍ୱସ୍ତରରେ ପହଞ୍ଚାଇବା । ଭାରତର ସଂସ୍କତି, କଳାକୁ ବିଶ୍ୱସ୍ତରରେ ପହଞ୍ଚାବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି। ମୋର ପୁରୀ ଯିବାର ଉଦ୍ଦେଶ୍ୟ ଥିଲା ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇବା ଏବଂ ସେଠାରେ କରାଯାଇଥିବା ଭିତ୍ତିଭୂମି ବିକାଶ ବିଷୟରେ ଲୋକଙ୍କୁ ଜଣାଇବା। ପୁରୀ ମନ୍ଦିର ଦର୍ଶନ ନିମନ୍ତେ ବିଭିନ୍ନ ନିୟମ ରହିଛି। ତେଣୁ ଶ୍ରୀମନ୍ଦିର ଦର୍ଶନ ବେଳେ କୌଣସି ନୀତିନିୟମ ଭଙ୍ଗ କରିନାହିଁ। ଦୁର୍ଭାଗ୍ୟକୁ ମୋର ପୁରୀ ଭ୍ରମଣ ବିବାଦୀୟ ହୋଇପଡ଼ିଛି।

ସେହିପରି କେରଳ ଗସ୍ତ ସମୟରେ ମୁଁ ଏକ ଫୁଡ୍ ବ୍ଲଗ୍ କରିଥିଲି, ଯେଉଁଥିରେ ବିଫ୍ କଥା କହିଥିଲି। କିନ୍ତୁ, ସେଠାରେ ମୁଁ ବିଫ୍ ଖାଇ ନ ଥିଲି, ବିଭିନ୍ନ ନିରାମିଷ ବ୍ୟଞ୍ଜନ ଖାଇଥିଲି। କେରଳ ଗସ୍ତ ସମୟର ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ବିବାଦ କରାଯାଉଛି ବୋଲି ସେ କହିଛନ୍ତି। ମୋର ଏହି ବାର୍ତ୍ତା ସମସ୍ତ ବିବାଦ ଦୂର କରିବ ବୋଲି ଆଶା ପ୍ରକାଶ କରିଛନ୍ତି କାମିୟା।

Related Posts