ଖଣି ଦୁର୍ନୀତି ମାମଲା; ହେମନ୍ତଙ୍କ ବହୁ ସହଯୋଗୀଙ୍କ ଘରେ ଇଡି ରେଡ୍

ଭୁବନେଶ୍ୱର,୩/୧(ସତ୍ୟପାଠ ବ୍ୟୁରୋ): ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ବଢ଼ୁଛି ଅଡ଼ୁଆ। ସାତ ସାତ ଥର ସମନ ସତ୍ତ୍ୱେ ମଧ୍ୟ ହେମନ୍ତ ସୋରେନ ଇଡି ସମ୍ମୁଖରେ ହାଜର ହୋଇନଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ବହୁ ସହଯୋଗୀଙ୍କ ଘରେ ପଶିଛି ଇଡି। ଏକକାଳୀନ ଝାଡଖଣ୍ଡର ୧୦ଟି ସ୍ଥାନରେ ଚଢଉ ହେଉଛି ।ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଭିଷେକ ପ୍ରସାଦ, ସାହିବ ଗଂଜ ଜିଲ୍ଲାପାଳ ରାମ ନିବାସ, ହଜାରିବାଗ ଡିଏସପି ରାଜେନ୍ଦ୍ର ଦୁବେଙ୍କ ଘରେ ମଧ୍ୟ ଆଜି ପଶିଛି ଇଡି। ଏଥିସହ ଜିଲ୍ଲାପାଳ ରାମ ନିବାସଙ୍କ ରାଜସ୍ଥାନ ବାସଭବନରେ ମଧ୍ୟ ଚଢଉ ହେଉଥିବା ସୂଚନା ମିଳିଛି ।

ଝାଡଖଣ୍ଡରେ ବେଆଇନ୍ ଖଣି ଖନନ ନେଇ ଏହି ଚଢଉ ହେଉଛି। ଅନ୍ୟପକ୍ଷରେ ଜମି ଦୁର୍ନୀତି ମାମଲାରେ ଇଡି ତରଫରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସାତ ସାତ ଥର ସମନ ଜାରି ପରେ ମଧ୍ୟ ସେ ହାଜର ହୋଇନଥିଲେ। ସେ ନେଇ ନାଲି ଆଖି ଦେଖାଇଛି ଇଡି। ଆସନ୍ତା ୭ ଦିନ ମଧ୍ୟରେ ସୋରେନଙ୍କୁ ହଜାର ହେବାପାଇଁ ସମୟ ଦେଇଛି ଇଡି। ନିଜର ପକ୍ଷ ରଖିବା ପାଇଁ ହେମନ୍ତ ସୋରେନଙ୍କ ପାଇଁ ଏହା ଶେଷ ସୁଯୋଗ ବୋଲି ଇଡି ପକ୍ଷରୁ ଚେତାଇ ଦିଆଯାଇଛି। ।

ଅନ୍ୟପକ୍ଷରେ ଝାଡଖଣ୍ଡ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଇଡି ଚେଷ୍ଟା କରୁଥିବା ହେମନ୍ତ ସୋରେନ୍ ଅଭିଯୋଗ କରିଛନ୍ତି । ସେ ତାଙ୍କ ସମସ୍ତ ସମ୍ପତ୍ତିର ତାଲିକା ଦେଇସାରିଛନ୍ତି । ଏହା ପରେ ବି ଇଡିର ସମନ ସମ୍ପୂର୍ଣ୍ଣ ବେଆଇନ ବୋଲି ହେମନ୍ତ ସୋରେନଙ୍କ ପକ୍ଷରୁ କୁହାଯାଇଛି ।

Related Posts