ବିଜେଡିରେ ମିଶିଲେ ଅଧିରାଜ ପାଣିଗ୍ରାହୀ, ଗତକାଲି କଂଗ୍ରେସରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ୱର,୨୦/୩(ସତ୍ୟପାଠ ବ୍ୟୁରୋ): ବିଜେଡିରେ ମିଶିଲେ ଖଡ଼ିଆଳର ବିଧାୟକ ଅଧିରାଜ ପାଣିଗ୍ରାହୀ। ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଅଧିରାଜ ପାଣିଗ୍ରାହୀ । ଆଜି ବିଜେଡିରେ ନିଜ ସମର୍ଥକମାନଙ୍କ ସହ ସାମିଲ ହୋଇଛନ୍ତି।

ଅଧିରାଜ ପାଣିଗ୍ରାହୀ ବର୍ତ୍ତମାନ ଖଡ଼ିଆଳର ବିଧାୟକ ଅଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ଲମ୍ବୋଧର ନିଆଳଙ୍କୁ ହରାଇ ବିଜୟୀ ହୋଇଥିଲେ ଅଧିରାଜ । ତେବେ ୨୦୨୪ ନିର୍ବାଚନର ଠିକ୍ ପୂର୍ବରୁ ଇସ୍ତଫା ଦେବା କଂଗ୍ରେସ ପାଇଁ ବଡ଼ ଝଟକା ହୋଇଛି । ଇସ୍ତଫା ପରେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ଅଧିରାଜ କହିଛନ୍ତି, କଂଗ୍ରେସ ସହ ତାଙ୍କର କୌଣସି ବାଦବିବାଦ ନାହିଁ । ଲୋକଙ୍କ ମତକୁ ନେଇ ସେ ନିଷ୍ପତ୍ତି ନେଇଛନ୍ତି । ସେପଟେ ଅଧିରାଜଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ଦେଇ ପିସିସି ସଭାପତି କହିଛନ୍ତି, ସୁବିଧାବାଦୀ ନେତା ଦଳ ଛାଡୁଛନ୍ତି । ଆମର ଅନେକ ଆଶାୟୀ ଅଛନ୍ତି । ଅଧିରାଜଙ୍କ ଇସ୍ତଫା ଦଳରେ କୌଣସି ପ୍ରଭାବ ପକାଇବ ନାହିଁ ।

Related Posts