ପଟୁଆରରେ ଆସି ନାମାଙ୍କନ ନଭରି ଚାଲିଗଲେ ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା

ଭୁବନେଶ୍ୱର,୧୩/୫(ସତ୍ୟପାଠ ବ୍ୟୁରୋ):  ପାଟ ପଟୁଆରରେ ଆସି ମଧ୍ୟ ନାମାଙ୍କନ ଦାଖଲ ନକରି ଫେରିଗଲେ ମାହାଙ୍ଗା ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା । ଆଜି ସକାଳୁ ସପରିବାର ଏବଂ ବାପା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ମିଶି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ହଜାର ହଜାର ସମର୍ଥକଙ୍କ ସହ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ମାହାଙ୍ଗା ପାଇଁ ଉଦ୍ଧିଷ୍ଟ ରିଟର୍ନିଂ ଅଫିସ ଚାମ୍ବରକୁ ପ୍ରବେଶ କରିବା ପରେ ହଠାତ ବାପପୁଅ ଗୋଟାଏ ଗାଡ଼ିରେ କୁଆଡେ ଚାଲିଯାଇଥିବା ଦେଖାଯାଇଥିଲା । ଏପଟେ ରିଟର୍ଣ୍ଣିଂ ଅଫିସର କହିଛନ୍ତି ସେମାନେ ଆସିନାହାନ୍ତି କି ନାମାଙ୍କନ ଦାଖଲ କରିନାହାନ୍ତି । ତେବେ ସେମାନେ କାହିଁକି ନାମାଙ୍କନ ଭରିଲେନି ସେନେଇ କିଛି ସ୍ପଷ୍ଟ ଜଣାପଡ଼ିନି ।

ସୂଚନା ଅନୁସାରେ, ମାହାଙ୍ଗା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅଙ୍କିତ ଜେନା ଆଜି ସକାଳ ପ୍ରାୟ ୧୦ଟାରେ ଅଳିଯୋଡ଼ାରୁ ନିଜର ସମର୍ଥକଙ୍କ ସହ ବିଶାଳ ପଟୁଆରରେ ବଣୁଆ, ପଂଚମୁଖୀ ହନୁମାନ ମନ୍ଦିର, ଏସପି ଅଫିସ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚିଥିଲେ । ଅଙ୍କିତଙ୍କ ସହ ତାଙ୍କ ପିତା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମଧ୍ୟ ଏହି ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ ପାଇଁ ଯାଇଥିଲେ । କିନ୍ତୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ନକରି ଅଙ୍କିତ ଫେରି ଆସିଥିଲେ ।

Related Posts