ଭୁବନେଶ୍ୱର,୨୪/୫(ସତ୍ୟପାଠ ବ୍ୟୁରୋ): ହେଭିୱେଟଙ୍କ ପ୍ରଚାରରେ ଜମୁଛି ନିର୍ବାଚନୀ ମାହୋଲ୍। ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି। ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।
ଗତକାଲି ସ୍ମୃତି ଇରାନୀ ପ୍ରଥମେ ପାରାଦୀପର କୁଜଙ୍ଗଠାରେ ଜନ ସଭାରେ ଯୋଗ ଦେବେ। ପରେ ସେଠାରୁ ସଭାସାରି କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଆଳିରେ ନିର୍ବାଚନୀ ସଭାରେ ଯୋଗଦେବେ। ଏହାପରେ ରେମୁଣାର ଥିବା କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି।
ସ୍ମୃତି ଇରାନୀ ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବା ସହ ଶୁଭଦ୍ରା ଯୋଜନା କ’ଣ ଓ ରାଜ୍ୟ ବିଜେପି ସରକାରକୁ ଆସିଲେ ମହିଳାମାନେ କିପରି ଶୁଭଦ୍ରା ଯୋଜନା ପାଇପାରିବେ ସେନେଇ ରାଜ୍ୟବାସୀଙ୍କୁ ଅବଗତ କରାଇବେ।





