ଭୋଟ ଦେଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୫/୫(ସତ୍ୟପାଠ ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। ସେ ଏରୋଡ୍ରମ୍‌ ୟୁପି ସ୍କୁଲ କେନ୍ଦ୍ରରେ ଭୋଟ ଦେଇଛନ୍ତି। ଏହାପରେ ସେ ସେଲଫି ପଏଣ୍ଟରେ ଫଟୋ ଉଠାଇଥିଲେ। 

ମତ ସାବ୍ୟସ୍ତ ପରେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଥିଲେ , ବିଜେଡ଼ିର ବଡ଼ ବିଜୟ ହେବ। ରଜ୍ୟରେ ସ୍ଥିର ସରକାର ଗଠନ କରିବୁ। ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡ଼ିକୁ ବଡ଼ ବିଜୟ ମିଳିବ। ଏଥିସହ ଚଳିତ ନିର୍ବାଚନରେ ଇତିହାସ ରଚିବ ଓଡି଼ଶା। ଓଡ଼ିଶାବାସୀ ଓ ମହାପ୍ରଭୁଙ୍କ ଆଶୀର୍ବଦରେ ଗଠନ ହେବ ସ୍ଥିର ସରକାର। ଏହାସହ ସସସ୍ତ ଭୋଟରଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ନବୀନ ପଟ୍ଟନାୟକ।

Related Posts