ଇଣ୍ଡିଆ ମେଣ୍ଟ ୨୦୦ ଆସନରେ ଆଗୁଆ

ଭୁବନେଶ୍ୱର,୪/୬(ସତ୍ୟପାଠ ବ୍ୟୁରୋ): ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଗଣତି ଜାରି ରହିଛି । କଡା ସୁରକ୍ଷା ସହ ଗଣତି କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ସମୟରେ ଇଭିଏମ ଏବଂ ଭିଭିପିଏଟ ଉପରେ କଡ଼ା ନଜର ରଖାଯାଇଛି। ଟ୍ରେଣ୍ଡ ଅନୁଯାୟୀ, ବିଜେପି ନେତୃତ୍ବାଧୀନ ଶାସକ ଏନଡିଏକୁ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ଏକ କଡା ଟକ୍କର ଦେଉଛି।

ପ୍ରାରମ୍ଭିକ ଧାରାରେ, ଏନଡିଏ ସଂଖ୍ୟାଗରିଷ୍ଠତା ମୁହାଁ ହୋଇଥିବାବେଳେ ଇଣ୍ଡିଆ ମେଣ୍ଟ ଏକ ଦୃଢ ପ୍ରତ୍ୟାବର୍ତ୍ତନ କରୁଥିବା ଜଣାପଡିଛି। ଇଣ୍ଡିଆ ସହଯୋଗୀ ଦଳ ୨୦୦ ଅତିକ୍ରମ କରି ସାରିଛନ୍ତି। ମୋଟ ୫୪୩ ଲୋକ ସଭା ଆସନ ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏନଡିଏ ୩୦୦ ଆସନରେ ଆଗୁଆ ଥିବାବେଳେ ବିରୋଧୀ ଇଣ୍ଡିଆ ମେଣ୍ଟ ୨୦୦ରୁ ଅଧିକ ଆସନରେ ଆଗରେ ରହିଛି।

Related Posts