ଭୁବନେଶ୍ୱର,୪/୬(ସତ୍ୟପାଠ ବ୍ୟୁରୋ): ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ାର ଜିଲାର ଝାରସୁଗୁଡ଼ା ଓ ବ୍ରଜରାଜନଗର ବିଧାନସଭା ଆସନରେ ସମସ୍ତ ୧୯ ରାଉଣ୍ଡ ଗଣତି ଶେଷ ହୋଇଛି। ଉଭୟ ଆସନରେ ବିଜେପିର ବାଜିମାତ୍ ହୋଇଛି। ଝାରସୁଗୁଡ଼ାରେ ବିଜେପିର ଟଙ୍କଧର ତ୍ରିପାଠୀ ନିଜ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କଠାରୁ ୧୩୨୨ ଭୋଟ୍ରେ ବିଜୟୀ ହୋଇଛନ୍ତି।
ଇଲେକ୍ସନ କମିଶନଙ୍କ ୱେବ୍ସାଇଟର ସୂଚନା ଅନୁସାରେ 19 ରାଉଣ୍ଡ ଶେଷ ସୁଧା ଦୀପାଳିଙ୍କୁ 1965 ଭୋଟରେ ହରାଇଲେ ଟଙ୍କଧର।





