ଖୋର୍ଦ୍ଧାରେ ବାଜିମାରିନେଲେ ଜଗଦେବ

ଭୁବନେଶ୍ୱର,୪/୬(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ର ମତଦାନର ମତଗଣନା ଶେଷ ହୋଇଛି। ଏହା ଭିତରେ ଖୋର୍ଦ୍ଧାରେ ବାଜିମାରିନେଇଛନ୍ତି ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ । ଏହା ଖୋର୍ଦ୍ଧାରେ ବିଜେଡିର ହ୍ୟାଟ୍ରିକ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ହରାଇଛନ୍ତି ବିଜେପି ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ । ସେ ରାଜେନ୍ଦ୍ର ସାହୁଙ୍କୁ 8598 ଭୋଟରେ ହରାଇଛନ୍ତି । ଖୋର୍ଦ୍ଧା ଇତିହାସରେ ବିଜେପିର ଏହା ପ୍ରଥମ ବିଜୟ ହୋଇଛି। ଗଲା ୨୫ତାରିଖରେ ଜେଲ ଯାଇଥିବା ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ବିଜୟୀ ହେଲା ପରେ ଖୋର୍ଦ୍ଧାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।

Related Posts