ଭୁବନେଶ୍ୱର,୫/୬(ସତ୍ୟପାଠ ବ୍ୟୁରୋ):   ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜଭବନ ଆସି ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ସଂଖ୍ୟା ଗରିଷ୍ଠତା ହରେଇବା ପରେ ଆଜି ରାଜଭବନ ଆସି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ନବୀନ । 

ସୂଚନା ଅନୁସାରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ ବର୍ଷରୁ ଅଧିକ ସମୟର ଶାସନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଓଡ଼ିଶାରେ ବିଜେପିକୁ ମିଳିଲା ସ୍ପଷ୍ଟ ବହୁମତ । ଓଡ଼ିଶାରେ ସକରକାର ଗଠନର ମ୍ୟାଜିକ ନମ୍ୱର ୭୪ଥିବା ବେଳେ ବିଜେପି ଏହାକୁ ପାର୍‌ କରି ପାଇଛି ୭୮ ଆସନ । କେବଳ ସେତିକି ନୁହେଁ ଲୋକସଭାରେ ମଧ୍ୟ ବିଜେପି ବାଜି ମାରିଛି । ମୋଟ୍ ୨୧ ଆସନରୁ ବିଜେପି ଖାତାକୁ ଯାଇଛି ୨୦ ଆସନ ।

ଚଳିତ ଥରର ନିର୍ବାଚନ ସମସ୍ତଙ୍କୁ ଚମକାଇ ଦେଇଛି । ପରିବର୍ତ୍ତନ ନାରାରେ ସାମିଲ୍ ହୋଇଛନ୍ତି ରାଜ୍ୟବାସୀ। ଓଡ଼ିଶାରେ ବିଜେଡି ଶାସନକୁ କହିଛନ୍ତି ନା । ଗତକାଲି ଭୋଟ୍ ଗଣତି ଆରମ୍ଭ ହେବା ପରାଠାରୁ ହିଁ ବିଜେପି ଟ୍ରେଣ୍ଡ କରିଥିଲା। ମଧ୍ୟାହ୍ନ ସୁଦ୍ଧା ବିଜେପି ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା। ଲୋକସଭାରେ ଗୋଟିଏ ପରେ ଗୋଟିଏ ସିଟ୍‌ରେ ଜିତି ଚାଲିଥିଲା ବିଜେପି । ଅପରାହ୍ନ ୨ଟା ସୁଦ୍ଧା ମ୍ୟାଜିକ୍ ନମ୍ବର ଛୁଇଁଯାଇଥିଲା ବିଜେପି । ସନ୍ଧ୍ୟା ବେଳକୁ ଚିତ୍ର ସ୍ପଷ୍ଟ ହୋଇଯାଇଥିଲା । ଲୋକ ବିଜେଡି ପରିବର୍ତ୍ତେ ବିଜେପିକୁ ସ୍ପଷ୍ଟ ବହୁମତ ଦେଇଛନ୍ତି ।