ଭୁବନେଶ୍ୱର,୬/୬(ସତ୍ୟପାଠ ବ୍ୟୁରୋ): କୁଆଡେ ଗଲେ ପାଣ୍ଡିଆନ୍? ବିଜେଡିର ବିପର୍ଯ୍ୟୟ ପରେ ଏବେ ଏହି ପାୱାରଫୁଲ୍ ନେତାଙ୍କ ପତା ମିଳୁନି। କ୍ୟାମେରା ଧରି ହେଲିକପ୍ଟରେ ଟୁର୍ ପରେ ଟୁର୍ କରୁଥିଲେ | ନ୍ୟାସନାଲ ଠାରୁ ନେଇ ଲୋକାଲ ସବୁ ଗଣମାଧ୍ୟମରେ ଛାଇ ରହିଥିଲେ | ହେଲେ ଦଳ ହାରିବା ପରେ ପାଣ୍ଡିଆନଙ୍କର ଆଉ ଦେଖା ମିଳୁନି। ନିର୍ଵାଚହ୍ନ ପ୍ରଚାର ସମୟରେ ପାଣ୍ଡିଆନଙ୍କ ଏକ ଡାଇଲଗ ଜୋରଦାର ଭାଇରାଲ ହୋଇଥିଲା | କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦେଶ୍ୟରେ ପାଣ୍ଡିଆନ ଚ୍ୟାଲେଞ୍ଜ କରି କହିଥିଲେ ଯେ, ଯଦି ଜୁନ 9 ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନନେବେ ତାହେଲେ ସେ ରାଜନୀତି ରୁ ସନ୍ୟାସ ନେଇଯିବେ |
ସେତେବେଳେ ଅନେକ ଏହାକୁ ତାଙ୍କର ରାଜନୈତିକ ଅପରିପକ୍ଵତା ବୋଲି କହିଥିଲେ | ହେଲେ ନିର୍ବାଚନ ଫଳାଫଳ ପାଣ୍ଡିଆନଙ୍କ ଅହଂକାରକୁ ଏଭଳି ଭାଙ୍ଗିବ ବୋଲି କେହି ଆଶା କରିନଥିଲେ | ଲୋକସଭାରେ ବିଜେଡି ଶୁନ ହୋଇଗଲା ଓ ବିଧାନସଭାରେ ନଵୀନ ବାବୁ ସଂଖ୍ୟାଗରିଷ୍ଠତା ହରାଇଲେ | ଆଉ ଫଳାଫଳ ବାହାରିବା ପରଠାରୁ ପାଣ୍ଡିଆନଙ୍କର ଆଉ ଦେଖା ନାହିଁ | ଯେଉଁ ବି ଵ୍ୟକ୍ତି ଗଣମାଧ୍ୟମ ଠୁ ନେଇ ସୋସିଆଲ ମିଡ଼ିଆ, ନବୀନ ନିବାସ ଠୁ ନେଇ ସଙ୍କ ଭବନ ପର୍ଯ୍ୟନ୍ତ ଛାଇ ରହିଥିଲେ | ସେ ଏବେ ଗାଏବ | ନବୀନଙ୍କ ଛାଇ ଭଳି ଥିବା ପାଣ୍ଡିଆନ ତାଙ୍କ ପାଖରେ ବି ନାହାନ୍ତି | ନବୀନ ରାଜ୍ୟପାଳଙ୍କୁ ଇସ୍ତଫା ଦେବା ସମୟରେ ସେ ନଥିଲେ | କି ସନ୍ଧ୍ୟାରେ ନବୀନ ବିଜୟୀ ବିଧାୟକଙ୍କୁ ଭେଟିବା ସମୟରେ ମଧ୍ୟ ସେ ନଥିଲେ | ଏହାକୁ ନେଇ ଚର୍ଚ୍ଚା ହେଉଛି ଯେ, ପାଣ୍ଡିଆନ ବୋଧେ ନିଜେ ଘୋଷଣା କରିଥିବା କଥା ଅନୁସାରେ ଏବେ ସନ୍ୟାସ ନେବା ପ୍ରସ୍ତୁତିରେ ଲାଗିଛନ୍ତି | କିଛି ନେତା ଓ ସମୀକ୍ଷକଙ୍କ ମତ ହେଲା ଅଫିସରରୁ ନେତା ବନିଥିବା ପାଣ୍ଡିଆନଙ୍କ ପାଇଁ ଲୋକଙ୍କ ଆସ୍ଥା ହରାଇଲା ବିଜେଡି। ସେପଟେ ଯେଉଁ ସଂଳାପ ପାଇଁ ପ୍ରଚାର ସମୟରେ ପାଣ୍ଡିଆନ ହିରୋ ହୋଇଥିଲେ ଏବେ ସେହି ସଂଳାପ ପାଇଁ ସନ୍ୟାସ ନେବେ ବୋଲି ମଧ୍ୟ କୁହାଯାଉଛି |





