ଆସନ୍ତା ୧୨ରୁ ଶିମିଳିପାଳ ବନ୍ଦ

ଭୁବନେଶ୍ୱର,୭/୬(ସତ୍ୟପାଠ ବ୍ୟୁରୋ):   ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ଜୁନ୍ ୧୨ ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଅକ୍ଟୋବର ମାସ ପର୍ଯ୍ୟନ୍ତ ପରିଦର୍ଶକମାନଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ଅଭୟାରଣ୍ୟ କର୍ତ୍ତୃପକ୍ଷ ।

ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଶିମିଳିପାଳ ଜାତୀୟ ଉଦ୍ୟାନ ୧୨ ଜୁନରୁ ଅକ୍ଟୋବର ମାସ ପାଇଁ ବନ୍ଦ ରହିବ। ଏଥିପାଇଁ ବନବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ୨,୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଥିବା ଏହି ଅଭୟାରଣ୍ୟ ଦେଶର ସବୁଠାରୁ ବଡ ବାଘ ସଂରକ୍ଷଣ ସ୍ଥାନ ଅଟେ |

Related Posts