ବିଜେପିରେ ମିଶିଲେ ବରିଷ୍ଟ ନେତା ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୮/୬(ସତ୍ୟପାଠ ବ୍ୟୁରୋ):  ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହେଲେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଦିଲ୍ଲସ୍ଥିତ ବିଜେପି ମୁଖ୍ୟାକର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେଇଛନ୍ତି।

ଭୁବନେଶ୍ୱରରୁ ୫ ଥର ସାଂସଦ ଥିଲେ ପ୍ରସନ୍ନ ପାଟ୍ଟଶାଣୀ । ୧୯୯୮ରୁ ୨୦୧୯ ଯାଏ ସେ ସାଂସଦ ଥିଲେ । ତେବେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କ ଟିକେଟ କାଟିଥିଲା । ପାଟ୍ଟଶାଣୀଙ୍କ ପରିବର୍ତ୍ତେ ବିଜେଡି ଦଳରେ ନୂଆ କରି ଯୋଗ ଦେଇଥିବା ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । କିନ୍ତୁ ଅରୂପ ବିଜେପିର ଅପରାଜିତା ଷଡଙ୍ଗୀଙ୍କଠାରୁ ପରାଜୟ ବରଣ କରିଥିଲେ । ତେବେ ୨୦୨୪ ନିର୍ବାଚନ ପାଇଁ ମଧ୍ୟ ଟିକେଟ୍‌ ରେସ୍‌ରେ ଥିଲେ ପ୍ରସନ୍ନ ପଟ୍ଟଶାଣୀ । କିନ୍ତୁ ଚଳିତ ଥର ମଧ୍ୟ ବିଜେଡି ତାଙ୍କୁ ଟିକେଟ୍‌ ନଦେଇ ନିରାଶ କରିଥିଲା । ଏଥର ମଧ୍ୟ ଭୁବନେଶ୍ୱର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଥିଲା । ଅରୂପ ପଟ୍ଟନାୟକଙ୍କ ସ୍ଥାନରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । କିନ୍ତୁ ସେ ମଧ୍ୟ ପରାଜୟର ସ୍ୱାଦ ଚାଖିଥିଲେ।

Related Posts