ସରିଲା ଖରଛୁଟି; ଆସନ୍ତା ୧୭ରୁ ଖୋଲିବା ସ୍କୁଲ୍

ଭୁବନେଶ୍ୱର,୯/୬(ସତ୍ୟପାଠ ବ୍ୟୁରୋ):  ଆସନ୍ତା ୧୭ରେ ଖୋଲିବ ସ୍କୁଲ୍, ସପ୍ତାହେ ପୂର୍ବରୁ ହେବ ପ୍ରସ୍ତୁତି । ଶ୍ରେଣୀ ଗୃହରୁ ନେଇ ଶୌଚାଳୟ ପରିଷ୍କାର କରିବାକୁ ନିର୍ଦ୍ଦେଶ । ସମସ୍ତ ଡିଇଓଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ । ଶ୍ରେଣୀ ଗୃହ, କ୍ୟାମ୍ପସ ସଫା କରିବା ସହ କଟାଯିବ ଅନାବନା ଘାସ । ଯାଞ୍ଚ ହେବ ମଧ୍ୟାହ୍ନ ଭୋଜନ ସାମଗ୍ରୀ । ପାନୀୟ ଜଳକୁ ଗୁରୁତ୍ୱ ଦିଆଯିବ । ସ୍କୁଲ୍ ଖୋଲିବାର ଦିନକ ପୂର୍ବରୁ ଆସିବେ ପାଚିକା ଓ ସହାୟିକା ବୋଲି ଜଣା ପଡ଼ିଛି ।

ଖରା ପାଇଁ ରାଜ୍ୟ ସରକାର ସ୍କୁଲ ଛୁଟି କରି ଦେଇଥିଲେ । ଏପ୍ରିଲ ୨୫ ରୁ ସ୍କୁଲ ଛୁଟି କରିଦେଇଥିଲେ ରାଜ୍ୟ ସରକାର । ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସ୍କୁଲକୁ ସକାଳୁଆ କରିଥିବା ବେଳେ ଆସନ୍ତା ୨୫ ରୁ ସ୍କୁଲ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର ।

Related Posts