ଭୁବନେଶ୍ୱର,୧୮/୭(ସତ୍ୟପାଠ ବ୍ୟୁରୋ): ଆଜି ପୁଣି ଖୋଲାଯିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଆଜି ପୁଣିଥରେ ଭିତର ଭଣ୍ଡାର ଖୋଲାଯାଇ ଯାଞ୍ଚ କରାଯିବା ସହ ରତ୍ନ ସ୍ଥାନାନ୍ତର ହେବ । ତେବେ ଭଣ୍ଡାର ଖୋଲାହେବା ପୂର୍ବରୁ ମନ୍ଦିରରେ ପ୍ରବେଶ ନେଇ ବିଭିନ୍ନ କଟକଣା ଜାରି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସକ।
କଟକଣା ଅନୁଯାୟୀ, ସକାଳ ୮ଟାରୁ ସିଂହଦ୍ୱାରକୁ ଛାଡ଼ି ଅନ୍ୟ ୩ ଦ୍ୱାର ବନ୍ଦ କରାଯିବ। ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ସହ ଦର୍ଶନ ଉପରେ କଟକଣା ରହିବ। ସିଂହଦ୍ୱାର ଦେଇ ଅଧିକୃତ ବ୍ୟକ୍ତି ଓ ମନ୍ଦିରରେ ସେବା ଥିବା ସେବାୟତ ଯିବେ। ପ୍ରଥମେ ଭିତର ରତ୍ନଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯିବ।
୧୧ଜଣିଆ ଅଧିକୃତ କେମିତି ରତ୍ନଭଣ୍ଡାର ଭିତରକୁ ଯିବେ। ପୂର୍ବ ଏସୋପି ଅନୂପାଳନ ହେବ। ମନ୍ଦିର ଭିତରକୁ ପ୍ରବେଶ କରିବାର ଶୁଭ ସମୟ ୯ଟା ୧୫ ରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ସମୟ ରହିଛି। ରତ୍ନ ସ୍ଥାନାନ୍ତର ରତ୍ନଭଣ୍ଡାରର ଭିଡିଓଗ୍ରାଫି କରାଯିବା ସହ ଡକ୍ୟୁମେଣ୍ଟେସନ କରାଯିବା।





