ଭୁବନେଶ୍ୱର,୨୮/୮(ସତ୍ୟପାଠ ବ୍ୟୁରୋ): କୋଲକାତା ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି। ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ଘଟୁଛି ହିଂସାକାଣ୍ଡ । ଏପରି ସ୍ଥିତିରେ ଭାଟପଡ଼ାରେ ଜଣେ ବିଜେପି ନେତାଙ୍କ ଗାଡ଼ି ଉପରକୁ ହୋଇଛି ଅତର୍କିତ ଗୁଳିମାଡ଼ ।
ପଶ୍ଚିମବଙ୍ଗ ଭାଟପଡ଼ାର ବିଜେପି ନେତା ପ୍ରିୟାଙ୍ଗୁ ପାଣ୍ଡେଙ୍କ କାର ଉପରକୁ ଗୁଳି ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ। ବିଜେପି ନେତା ପ୍ରିୟାଙ୍ଗୁଙ୍କ ଡ୍ରାଇଭର କାର୍ ଚଳାଉଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ କାର୍ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ଡ୍ରାଇଭର ଜଣକ ଆହତ ହୋଇଥିବା ଜଣାଯାଇଛି। ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି।
ଗୁଳିମାଡ଼ ପରେ ଘଟଣାସ୍ଥଳରେ ଭାଟପଡ଼ା ବିଧାୟକ ପୱନ ସିଂ, ପୂର୍ବତନ ସାଂସଦ ଅର୍ଜୁନ ସିଂ ଏବଂ ଅନ୍ୟ ବିଜେପି ନେତା ପହଞ୍ଚିଛନ୍ତି। ଏହି ଗୁଳିକାଣ୍ଡ ପଛରେ ଟିଏମ୍ସିର ହାତ ଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।
ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଆଜି ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଫଳରେ ରାସ୍ତାରୋକ ସହ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି। କିଛି ସ୍ଥାନରେ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୁଲିସ। ବନ୍ଦ ପ୍ରଭାବ ଯୋଗୁ କୋଲକାତାର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ଏବଂ ପୁଲିସ ବିରୋଧରେ ପ୍ରତିବାଦ ପାଇଁ ବିଜେପି ଏହି ବନ୍ଦ ପାଳନ କରୁଛି। ତେବେ ବନ୍ଦ ପାଳନକୁ ବିରୋଧ କରିବା ସହିତ, ଜୀବନଯାତ୍ରା ସ୍ୱାଭାବିକ ରହିବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ସରକାର। ତେଣୁ ସମସ୍ତ ସ୍କୁଲ, କଲେଜ, ଅଫିସ୍, ବ୍ୟାଙ୍କ, ବସ୍ ଚଳାଚଳ ଆଦି ଖୋଲା ରହିବ ଏବଂ ସମସ୍ତେ ଅଫିସ ଆସିବାକୁ ଅପିଲ୍ କରିଛନ୍ତି ମମତା ବାନାର୍ଜୀ।
ବନ୍ଦ ପାଳନ ସମୟରେ କୋଲକାତାରେ ଆଜି ସରକାରୀ ବସ୍ ସେବା ଚାଲୁ ରହିଛି। ତେବେ ଏହି ସମୟରେ କିଛି ଅଘଟଣ ଆଶଙ୍କାରେ ବସ୍ ଚାଳକମାନେ ହେଲମେଟ୍ ପିନ୍ଧି ବସ୍ ଚଳାଉଥିବା ଦେଖିବାକୁ ମିଳିଛି।
ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ କରିଥିବା ଦମନଲୀଳାକୁ ବିରୋଧ କରି ବିଜେପି ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳୁଥିବା ବେଳେ ପଶ୍ଚିମବଙ୍ଗ ସରକାର କିନ୍ତୁ ବନ୍ଦକୁ ବିରୋଧ କରୁଛନ୍ତି।