ଭୁବନେଶ୍ୱର,୨୧/୯(ସତ୍ୟପାଠ ବ୍ୟୁରୋ):  ଭାରତୀୟ ବାୟୁସେନାର ମୁଖ୍ୟ ହେବେ ଏୟାର ମାର୍ଶଲ ଅମର ପ୍ରୀତ ସିଂହ। ଆଜି ତାଙ୍କ ନିଯୁକ୍ତି ଉପରେ ଭାରତ ସରକାର ମୋହର ମାରିଛନ୍ତି। ବର୍ତ୍ତମାନ ଭାରତୀୟ ବାୟୁସେନାରେ ଏୟାର ମାର୍ଶଲ ଅମର ପ୍ରୀତ ଏୟାର ଷ୍ଟାଫର ଉପ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

ଆଜି ସରକାର ତାଙ୍କୁ ଭାରତୀୟ ବାୟୁସେନାର ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ ହେଁ ଆସନ୍ତା ୩୦ ତାରିଖ ମଧ୍ୟାହ୍ନ ସମୟରେ ସେ ଦାୟିତ୍ୱ ଗ୍ରହଣ କରିବେ। ସେ ଏୟାର ମାର୍ଶଲରୁ ଏୟାର ଚିଫ ମାର୍ଶଲକୁ ପଦୋନ୍ନତି ପାଇବେ। ଏବେ ବାୟୁସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଏୟାର ଚିଫ ମାର୍ଶଲ ବିବେକ ରାମ ଚୌଧୁରୀ ୩୦ ତାରିଖରେ ଅବସର ନେବେ। ଏହା ପରେ ଅମର ପ୍ରୀତଙ୍କ କାର୍ଯ୍ୟକାଳ ଆରମ୍ଭ ହେବ।

ଏୟାର ମାର୍ଶଲ ଅମର ପ୍ରୀତ ସିଂହ ୧୯୮୪ରୁ ଭାରତୀୟ ବାୟୁସେନାରେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୨୩ ଫେବୃଆରୀ ୧ରେ ସେ ଭାରତୀୟ ବାୟୁସେନାର ଭାଇସ ଚିଫ ଭାବେ ଦାୟିତ୍ୱ ନେଇଥିଲେ। ୧୯୮୪ରୁ ବାୟୁସେନାରେ କାର୍ଯ୍ୟ କରି ଆସୁଥିବା ଶ୍ରୀ ସିଂହ ଫ୍ଲାଇଟ କମାଣ୍ଡର ଓ ମିଗ ୨୭ର କମାଣ୍ଡିଂ ଅଫିସର ଦାୟିତ୍ୱରେ ରହିଥିଲେ। ୨୦୧୯ରେ ତାଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ଓ ୨୦୨୩ରେ ପରମ ବିଶିଷ୍ଟ ସେବା ମେଡାଲ ମିଳିଥିଲା।

https://x.com/ANI/status/1837401448143114328?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1837401448143114328%7Ctwgr%5E73386c4c0c58985801ef900887ef2486312823cc%7Ctwcon%5Es1_c10&ref_url=http%3A%2F%2Fapi-news.dailyhunt.in%2F