ପାଲଲହଡା: ରାତ୍ରି ଘୋରାଇ ବସରେ ନର୍ସିଙ୍ଗ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ୩ ଗିରଫ

ପାଲଲହଡା, 05/12 (ସତ୍ୟପାଠ ବ୍ୟୁରୋ): ପାଲଲହଡା ଅଞ୍ଚଳରେ ଅଭାବନୀୟ ଘଟଣା l ଘରୋଇ ବସରେ ଯାତ୍ରା କରୁ ଥିବା ନର୍ସିଙ୍ଗ ଛାତ୍ରୀଙ୍କୁ ଅସଦାଚରଣ, ଅଭିଯୋଗ ପରେ ପୋଲିସ 3 ଜଣଙ୍କୁ ଗିରଫ କରିଛିl

ସୂଚନା ଅନୁଯାଇ, ଗତକାଲି ରାତି 10.5 ମିନିଟ ସମୟରେ ପାଳଲହଡା ଘରୋଇ ବସ ଷ୍ଟାଣ୍ଡ ଠାରେ ଅନଗୁଳରୁ ରାଉକେଲା ଅଭିମୁଖେ ଯାଉଥିବା ଲଷ୍ମୀ ନାମକ ଏକ ଘରୋଇ ବସ ରାତ୍ରି ଭୋଜନ ପାଇଁ କିଛି ସମୟ ଅଟକି ଥିଲା| ସମସ୍ତ ଯାତ୍ରୀ ବସରୁ ଓଲ୍ଲାଇ ଖଇବା କୁ ଯାଇଥିବା ବେଳେ ବସରେ କିଛି ମହିଳା ଯାତ୍ରୀ ରହି ଯାଇଥିଲେ, ଉତ୍କ ବସରେ ଛେଣ୍ଡିପଦା ବାଗଡ଼ିଆ ଅଞ୍ଚଳରୁ ରାଉରକେଲା ଯାଉଥିବା ଜଣେ ନର୍ସିଙ୍ଗ ଛାତ୍ରୀ ମଧ୍ୟ ବସି ଥିଲେ | ତେବେ ପାଲଲହଡା ବସଷ୍ଟାଣ୍ଡ ରେ ଆବଶ୍ୟକତା ଅନୁସାରେ ଲାଇଟ ଜଳୁ ନଥିବାରୁ ଅନ୍ଧାରର ସୁଯୋଗ ନେଇ ପାଲଲହଡା ଅଞ୍ଚଳର ଦୁଇ ଯୁବକ ଓ ତାଙ୍କ ସହଯୋଗୀ ପାଲଲହଡା ଡାକ୍ତରଖାନା ଅଧୀନରେ ଥିବା ଡାଇଲସିସ ସେଣ୍ଟରର ଜଣେ କର୍ମଚାରୀ ମଦ୍ୟ ପାନ କରି ବସ ଭିତରକୁ ଯାଇ ସେହି ନର୍ସିଙ୍ଗ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ | ଯୁବକ ମାନଙ୍କୁ ଛାତ୍ରୀ ଜଣକ ବିରୋଧ କରିବା ସହିତ ପାଟି କରି ଥିଲେ |

ବସରେ ଥିବା ଡ୍ରାଇଭର ଧିରେନ କୁମାର ମହାକୁଡ଼ ବିରୋଧ କରିଥିଲେ, ହେଲେ ତାଙ୍କୁ ମଧ୍ୟ ଉତ୍କ ତିନି ଜଣ ମଦ୍ୟପ ଯୁବକ ମାଡ ମାରିଥିଲେ | ବସ ରେ ଯାତ୍ରା କରୁଥିବା ନର୍ସିଙ୍ଗ ଛାତ୍ରୀଙ୍କ ପାଖରେ ବସିଥିବା ଜଣେ ମହିଳା ତାଙ୍କ ସମ୍ପର୍କୀୟ ପୋଲିସ ଅଧିକାରୀଙ୍କୁ ଜଣାଇବା ପରେ ଉକ୍ତ ପୋଲିସ ଅଧିକାରୀ ପାଳଲହଡା ଥାନାକୁ ତୁରନ୍ତ ଫୋନ କରି ଜଣାଇ ଥିଲେ| ପାଳଲହଡା ପୋଲିସ ଖବର ପାଇ ତୁରନ୍ତ ବସ ଷ୍ଟାଣ୍ଡକୁ ଆସି ଉକ୍ତ 3 ଯୁବକଙ୍କୁ ଘଟଣା ସ୍ଥଳରୁ ହିଁ କାବୁ କରି ନେଇ ଥିଲେ| ପରେ ଉକ୍ତ ଯୁବତୀ ଓ ଡ୍ରାଇଭର ଲିଖିତ ଭାବେ ଅଭିଯୋଗ କରିଥିଲେ| ପାଲଲହଡା ପୋଲିସ 3 ଯୁବକଙ୍କୁ ଅଟକ ରଖି ଆଜି ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରିବେ ବୋଲି ଜଣା ପଡିଛି|

ନର୍ସିଙ୍ଗ ଛାତ୍ରୀ ଙ୍କୁ ଅସଦାଚରଣ କରିଥିବା ଯୁବକ ମାନେ ହେଲେ ପାଳଲହଡା ଡାକ୍ତରଖାନାର ଡାଇଲସିସ ସେଣ୍ଟରରେ ନିୟୋଜିତ ଥିବା କର୍ମଚାରୀ ଦେବେନ୍ଦ୍ର ଦାସ (35), ଓ ପାଲଲହଡା ଅଞ୍ଚଳର ଅଜୟ କୁମାର ସେଠି ଓ ତାଙ୍କ ସହଯୋଗି ବିକାଶ କୁମାର ସେଠୀ| ଅଭିଯୁକ୍ତଙ୍କ ବିରୋଧରେ ପାଳଲହଡା ଥାନା କେସ ନମ୍ବର 355, 5/12/2024, U/S329(3) / 296/115(2)351(2)/ 3(5)BNS ଏହି ସବୁ ଦଫା ରୁଜୁ ହୋଇ ଥିବା ଜଣା ପଡିଛି l ପୋଲିସର ଏତା ଦୃଶ୍ୟ କାର୍ଯ୍ୟକୁ ବିଭିନ୍ନ ମହଲ ରେ ପ୍ରଶଂଶ କରା ଯାଇଛି, ଅନ୍ୟ ପକ୍ଷ ରେ ପାଲଲହଡା ମଧ୍ୟ ଦେଇ ରାତି ରେ ଯାଉଥିବା ବସ ରହଣି ସ୍ଥଳ ଗୁଡିକରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ଲାଇଟ ଯୋଗାଇବା ସହିତ ପୋଲିସର କଡା ପେଟ୍ରୋଲିଙ୍ଗ ପାଇଁ ସାଧାରଣ ରେ ଦାବୀ ହୋଇଛି l

ରିପୋର୍ଟ: ସୁବ୍ରତ ଦାସ (ପାଲଲହଡା)

Related Posts