![](https://www.satyapatha.com/wp-content/uploads/2024/11/n6377734821730724089121f4dd2b61b3eae19a542005555045dccc00e6f04623764beaffdc6e30d9d03ee7-716x389.jpg)
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ଜୀବନ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ଜୀବନ। କେବଳ ଏଇ ୭ ମାସ ମଧ୍ୟରେ ଗଲାଣି ୨୦୧ ଜୀବନ। ସେହିପରି ୨୦୨୩-୨୪ ରେ ୨୭୨ ଜଣ ପ୍ରାଣ ହରାଇଥିଲେ। ୨୦୨୨-୨୩ ରେ ମଧ୍ୟ ୩୦୬ ଜଣଙ୍କ ଜୀବନ ନେଇଥିଲା ବଜ୍ରପାତ।
ସେ ଆହୁରି କହିଛନ୍ତି, ବଜ୍ରପାତ ଦ୍ୱାରା ସର୍ବାଧିକ ଲୋକ ମୟୁରଭଞ୍ଜ, ବାଲେଶ୍ଵର ଗଞ୍ଜାମ ଜିଲ୍ଲାରେ ମୃତ୍ୟୁବରଣ କରିଛନ୍ତି। ବିଧାନସଭାରେ ଲିଖିତ ଉତ୍ତର ରଖି ଏହା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।ତ।