ପାଲଲହଡା(ସତ୍ୟପାଠ ବ୍ୟୁରୋ)09/07: ଅନଗୁଳ ଜିଲ୍ଲା ପାଲଲହଡା ବ୍ଲକର ଉପାନ୍ତ ଅଞ୍ଚଳ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ଜଣା ଶୁଣାl ମ୍ୟାଲେରିଆକୁ ଏ ଅଞ୍ଚଳରୁ ଦୂର କରିବା ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତିl ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ମଧ୍ୟ ହୋଇଛନ୍ତି ଆଉ ସରକାର ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତିl ହେଲେ ମ୍ୟାଲେରିଆ କୁ ଶୂନ୍ୟ କରିବାକୁ ଦାୟିତ୍ୱରେ ଥିବା RBSK ବିଭାଗ ସତେ ଯେମିତି ଏଠି ସମ୍ପୂର୍ଣ ଫେଲ ମାରିଛିl ଗୋଟିଏ ପଟେ ସରକାର ପାଲଲହଡା ଅଞ୍ଚଳକୁ 2021 ମସିହାରୁ ମ୍ୟାଲେରିଆ ମୁକ୍ତ କରି ଥିବାନେଇ ଡିଣ୍ଡିମ ପିଟୁ ଥିବା ବେଳେ ବାସ୍ତବରେ ସରକାରଙ୍କର ପାରିବା ପଣିଆ ଆଜି ପଦାରେ ପଡିଛି l
ସୂଚନା ଅନୁସାରେ, ପାଲଲହଡା ଉପାନ୍ତ ଅଞ୍ଚଳର ସିବିଡା ବାଳକ ବାଳିକା ବିଦ୍ୟାଳୟର ଛାତ୍ର ଛାତ୍ରୀ ନିବାସରେ ପାଞ୍ଚ ଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ରହି ପାଠ ପଢୁଛନ୍ତିl ସେହି ଭଳି ବାନ୍ଧଭୂଇଁ କନ୍ୟା ଶ୍ରମ, ଓ ବାନ୍ଧଭୂଇଁ ବାଳିକା ଉଚ ବିଦ୍ୟାଳୟର ଆବାସିକରେ ମଧ୍ୟ ଅନେକ ଛାତ୍ର ଛାତ୍ରୀ ରହି ଅଧୟନ କରି ଆସୁଛନ୍ତିl ଚଳିତ ବର୍ଷ ଶିକ୍ଷା ଆରମ୍ଭ ଠାରୁ ଏଯାବତ ଅନେକ ଛାତ୍ର ଛାତ୍ରୀ ମ୍ୟାଲେରିଆ ଜ୍ୱର ଓ ଭାଇରଲ ଜ୍ୱରରେ ଆକ୍ରାନ୍ତ ହେଉଥିବାର ଖବର ଏବେ ସାମ୍ନାକୁ ଆସିଛିl ତିନି ଦିନ ପୁର୍ବରୁ ସିବିଡା ବିଦ୍ୟାଳୟର ଚାରି ଜଣ ଛାତ୍ରୀ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇ ପାଲଲହଡା ଡାକ୍ତରଖାନାରେ ଚିକତ୍ସା ପାଇଁ ଭର୍ତି ହୋଇଥିଲେl ଏହିଘଟଣାକୁ ଗୁରୁତର ସହିତ ନେଇ ଗତକାଲି ସ୍ଥାନୀୟ ପ୍ରଶାସନର ନିର୍ଦେଶରେ ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଡାକ୍ତରୀ ଟିମ ସିବିଡା ବିଦ୍ୟାଳୟ, ଜମରଡିହ ସ୍ଥିତ ବାନ୍ଧଭୂଇଁ ବାଳିକା ବିଦ୍ୟାଳୟ ଓ ବନ୍ଧା ଭୂଇଁ କନ୍ୟା ଶ୍ରମରେ ପହଂଚି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରି ଔଷଧ ବିତରଣ କରିଥିଲେl ଗତକାଲି ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ ବେଳେ ସିବିଡା ବିଦ୍ୟାଳୟରୁ 7 ଜଣ ଛାତ୍ରୀ ଓ ବାନ୍ଧଭୂଇଁ ବାଳିକା ଉଚ୍ଚ ବିଦ୍ୟାଳୟ ରୁ 3 ଜଣ ମ୍ୟାଲେରିଆ ପଜିଟିଭ ଚି଼ହ୍ନଟ ହୋଇ ଥିଲେ l
ଅଚାନକ ଏତେ ସଂଖ୍ୟକ ମ୍ୟାଲେରିଆ ପଜିଟିଭ ଚି଼ହ୍ନଟ ହେବା ପରେ ପ୍ରଶାସନ ଏକ ପ୍ରକାରର ନିଦ ହଜି ଯାଇଥିଲାl ଉପ ଜିଲ୍ଲା ପାଳ ଶ୍ରୀ ରବୀନ୍ଦ୍ର କୁମାର ପଟେଲଙ୍କ ନିର୍ଦେଶରେ ପାଲଲହଡା ମଙ୍ଗଳ ଅଧକାରୀ ଶ୍ରୀ ମୋନରଞ୍ଜନ ରାଉତ ତୁରନ୍ତ ପାଲଲହଡା ଡାକ୍ତରଖାନାରେ ଯୁଦ୍ଧ କାଳୀନ ଭିତିରେ ଏକ 16 ଟିକିଆ ଶଯ୍ୟା ଆୟୋଜନ କରି ରାତି 9 ଟା ରେ ଉପାନ୍ତ ଅଞ୍ଚଳରୁ ମ୍ୟାଲେରିଆ ଆକ୍ରାନ୍ତ 14 ଜଣ ଛାତ୍ରୀ ଛାତ୍ର ମାନଙ୍କୁ ଆଣି ତୁରନ୍ତ ଚିକତ୍ସା ଆରମ୍ଭ କରିଥିବା ଜଣା ପଡିଛି l ପ୍ରଶାସନ ପାଇଁ ଏହି ଘଟଣା ଏକ ଚାଲେଞ୍ଜ ଭଳି ଥିବା ବେଳେ ଅଧକାରୀ ମାନେ ସାରା ରାତି ତମାମ ଉଜାଗର ରହି ଛାତ୍ରୀ ମାନଙ୍କୁ ଡାକ୍ତର ଖାନା ରେ ଜଗି ରହିଥିଲେ l ଆଜି ସକଳୁ ତୁରନ୍ତ ଉପାନ୍ତ ଅଞ୍ଚଳକୁ ଦୁଇଟି ସ୍ୱାସ୍ଥ୍ୟ ବିଭାଗ ଟିମ ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ମ୍ୟାଲେରିଆ ପ୍ରବଣ ଗାଁ ଗୁଡିକରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସରକାରଙ୍କ ତରଫରୁ ମଶାରୀ ପ୍ରଦାନ କରାଯିବା ସହିତ ମଶା ମରା ଧୂଆଁ ପ୍ରୟୋଗକୁ ଜୋରଦାର କରା ଯାଇଛିl ଉପଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପଟେଲ ପ୍ରତିଟି କାର୍ଯ୍ୟ ଉପରେ ନିଜେ ନଜର ରଖି ପରିଚାଳନା କରୁଛନ୍ତିl ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟ କଳାପକୁ ନେଇ ବିଭିନ୍ନ ମହଲ ରେ ପ୍ରଶଂସା କରା ଯାଇଛିl ବିଦ୍ୟାଳୟ ଗୁଡିକର ଅସ୍ୱାସ୍ଥ୍ୟକର ପରିବେଶ ଉପରେ ଯଦି ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଇ ଥାନ୍ତା ଆଜି ଏ ପ୍ରକାର ଅପ୍ରୀତି କର ପରିସ୍ଥିତି କେବେ ସୃଷ୍ଟି ହୋଇ ନ ଥାନ୍ତା l ତେବେ ଉପାନ୍ତ ଅଞ୍ଚଳ ଓ ପାଲଲହଡା ଅଞ୍ଚଳରୁ ମ୍ୟାଲେରିଆ କୁ ମୁକ୍ତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ କୁ ଆଉ କେତେ ଲମ୍ବା ସମୟ ଲାଗିବ ତାହା ସମୟ ହିଁ କହିବ l





