‘କଡା କାର୍ଯ୍ୟାନୁଷ୍ଠାନ ନିଆଯିବ..’: ଗୁରୁତର ଛାତ୍ରୀଙ୍କୁ ଭେଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭୁବନେଶ୍ବରର ଏମ୍ସରେ ଗୁରୁତର ଭାବେ ଭର୍ତ୍ତି ହୋଇଥିବା ବାଲେଶ୍ବର ଜିଲ୍ଲା ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ସନ୍ଧ୍ୟାରେ ଭେଟିଛନ୍ତି। ସଂପୃକ୍ତ ଛାତ୍ରୀଙ୍କ ଚିକିତ୍ସା ଜାରି ଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଛାତ୍ରୀଙ୍କୁ ଟ୍ରମା କେୟାର ୟୁନିଟରୁ ବର୍ଣ୍ଣ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି। ଏମ୍ସରେ ଚିକିତ୍ସାଧୀନ ଥିବା ଛାତ୍ରୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ସମସ୍ତ ଚେଷ୍ଟା କରୁଛୁ ବୋଲି କହିଛନ୍ତି।

ଏଥି ସହିତ ମନ୍ତ୍ରୀ କହିଛନ୍ତି, ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ଏଥି ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କମିଟି ରିପୋର୍ଟ ଦେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଭିଯୁକ୍ତକୁ ଗିରଫ ପରେ‌ କୋର୍ଟ ଚାଲାଣ କରାଯାଇଛି। ରାଜ୍ୟ ସରକାର ଫକୀର ମୋହନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବିଭାଗୀୟ ମୁଖ୍ୟଙ୍କୁ ନିଲମ୍ବନ କରିଛନ୍ତି।

Related Posts