ସୋଭନା ମହାନ୍ତି ମହିଳା କମିଶନ, ବବିତା ପାତ୍ର ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗଠନ ହେଲା ରାଜ୍ୟ ମହିଳା କମିଶନ । ମହିଳା କମିଶନର ନୂଆ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଲେ ସୋଭନା ମହାନ୍ତି । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିଭଳି ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ବବିତା ପାତ୍ରଙ୍କୁ ମିଳିଛି ଗୁରୁଦାୟିତ୍ବ। ଆସନ୍ତା ୩ ବର୍ଷ ପାଇଁ ନିଯୁକ୍ତ ଦେଲେ ରାଜ୍ୟ ସରକାର । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିଭଳି ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ସ୍ଥାନ ପାଇଛନ୍ତି ଆଉ ୬ ସଦସ୍ୟ। ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ ଏବଂ ସୁଜାତା ନାୟକଙ୍କୁ ସଦସ୍ୟ ଭାବେ ନିଯୁକ୍ତ ଦିଆଯାଇଛି ।

ତେବେ ରାଜ୍ୟରେ ବିଜେପି ସରକାର ଆସିବା ପରଠୁ ମହିଳା କମିଶନ ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧକ୍ଷ ଓ ସଦସ୍ୟ ପଦ ଗୁଡିକ ଖାଲିଥିଲା। ଶେଷରେ ସରକାର ଏହି ପଦବୀ ପୂରଣ କରିଛନ୍ତି।

Related Posts