ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ): ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳରୁ ଆରମ୍ଭ  ହୋଇଛି ବିଧାନସଭା ମୌସୁମୀ ଅଧିବେଶନ। ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ବାଚ ଚସ୍ପତି ସୁରମା ପାଢ଼ୀ ବିଧାନସଭା ଗୃହରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ସଂଗୀତ ବନ୍ଦେ ମାତରମ୍ ଓ ଜାତୀୟ ସଙ୍ଗୀତ ଗାନରୁ ଆରମ୍ଭ ହୋଇଥିଲା। ଏହିକ୍ରମେ ଓଡ଼ିଶା ବିଧାନସଭାରେ ପ୍ରଥମ ଥର ପାଇଁ  ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍” ଗାନ କରାଯାଇଛି । ଅନ ଅନ୍ୟପଟେ ଆଜି ଗୃହକାର୍ଯ୍ୟ ଆରମ୍ଭରେ ପ୍ରଥମେ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ୨ ଜଣ ପୂର୍ବତନ ମନ୍ତ୍ରୀ ଦିବଂଗତ ଡମ୍ବୁର ମାଝୀ, ସୁଶାନ୍ତ ସିଂ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ସତ୍ୟ ଭୂଷଣ ସାହୁ, ପୂର୍ବତନ ସଦସ୍ୟ ରାମମୂର୍ତ୍ତି ଗମାଙ୍ଗ, ହାଜି ମହମ୍ମଦ ଆୟୁବ ଖାଁ, ଶିବାଜୀ ମାଝୀଙ୍କ ସମେତ ନିକଟରେ ନେପାଳରେ ଘଟିଥିବା ଜଳ ପ୍ରଳୟରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ I ଏହି ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କଡ଼ାମ, ସିପିଆଇ ନେତା ଓ ବାଚସ୍ପତି। ଅନ୍ୟପଟେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭରୁ ପାଠ୍ୟପୁସ୍ତକ ତ୍ରୁଟି ଓ MMDR ବିଲ୍‌କୁ ନେଇ ବିରୋଧୀଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା। ପ୍ଲାକାର୍ଡ ଧରି ବିରୋଧୀ ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୧ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ପୁଣି ଥରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ ।  ଫଳରେ ବାଚସ୍ପତି ଗୃହକୁ ବୁଧବାର ଯାଏ ମୁଲତବି ଘୋଷଣା କରିଛନ୍ତି ।