ଚୀନ୍‌କୁ ପୁଣି ଟ୍ରମ୍ପଙ୍କ ଟାରିଫ୍‌ ଧମକ୍‌; ଲାଗୁହେବ ୧୫୫ ପ୍ରତିଶତ ଟାରିଫ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚୀନ୍‌କୁ ପୁଣି ଟ୍ରମ୍ପଙ୍କ ଟାରିଫ୍‌ ଧମକ୍‌ । ଲାଗୁହେବ ୧୫୫ ପ୍ରତିଶତ ଟାରିଫ । ଆଗକୁ କୋରିଆରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ହେବାକୁ ଯାଉଛି। ଯଦି ଏହି ବୈଠକ ବିଫଳ ହୁଏ ତେବେ ଲାଗୁ ହେବ ବର୍ଦ୍ଧିତ ଟାରିଫ୍ । ଆମେରିକାର ଚୀନ ଉପରେ ୧୫୫ ପ୍ରତିଶତ ଟାରିଫ୍ ଲାଗୁ କରିବାକୁ ଯାଉଛି । ଏନେଇ ଟ୍ରମ୍ପ ପ୍ରଶାସନ ସୂଚନା ଦେଇଛି । ଚୀନ ଉପରେ ଏହି ନୂଆ ବର୍ଦ୍ଧିତ ଟାରିଫ୍ ଆସନ୍ତା ନଭେମ୍ବର ୧ରୁ ଲାଗୁ ହେବ । ହ୍ବାଇଟ୍ ହାଉସରେ ଏକ କାର୍ଯ୍ୟକ୍ରମ ସମୟରେ ଟ୍ରମ୍ପ କହିଛନ୍ତି, “ଚୀନ ଆମକୁ ବହୁତ ସମ୍ମାନ ଦେଉଛି ।ସେମାନେ ଟାରିଫ୍ ଆକାରରେ ବିପୁଳ ଟଙ୍କା ଦେଉଛନ୍ତି । ସେମାନେ ୫୫% ଦେଉଛନ୍ତି, କିନ୍ତୁ ନଭେମ୍ବର ୧ ତାରିଖରୁ ୧୫୫% ହେବ, ଯଦି ଫେୟାର ଟ୍ରେଡ୍ ଡିଲ୍’ ବିଫଳ ହୁଏ । ଚୀନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଉତ୍ସାହଜନକ ଚୁକ୍ତି ହେବାରେ ଆଶାବାଦୀ ବୋଲି ଟ୍ରମ୍ପ କହିଛନ୍ତି ।

ଏଥିସହିତ ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି ଯେ, “ଆମେ ଅନ୍ୟ ଦେଶମାନଙ୍କ ସହିତ ଚୁକ୍ତି କରିଛୁ, ଯେଉଁମାନେ ପୂର୍ବରୁ ଆମକୁ ଲୁଟୁଥିଲେ । ଏବେ ନୁହେଁ । ତେବେ ଏନେଇ ଚୀନର ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଆସିପାରିନାହିଁ । କିନ୍ତୁ ପୂର୍ବରୁ ଚୀନ ଆମେରିକାର ଧମକକୁ ଖାତିକ କରିବୁନାହିଁ ବୋଲି ଏହାର ବୈଦେଶିକ ମନ୍ତ୍ରାଳୟ ତରଫରୁ କୁହାଯାଇଥିଲା ।

Related Posts