ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୀତବାସ ପଣ୍ଡାଙ୍କୁ ନେଇ ଏବେ ରାଜନୀତି ବେଶ୍ ଅର୍ଗରମ୍ ହୋଇଉଠିଛି । ଏହା ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ପୀତବାସ ପଣ୍ଡା ହତ୍ୟାକାଣ୍ଡର ତଦନ୍ତ ପୋଲିସ ନିଷ୍ଠାପର ଭାବେ କରିଛି । ଯଦି ବିଜୁ ଜନତା ଦଳ ଭାବୁଛି ଯେ ତଦନ୍ତରେ ସାମଞ୍ଜସ୍ୟ ନାହିଁ ତାହାଲେ ସେମାନେ ଆଇନଗତ ଦିଗରେ ଯାଇପାରିବେ ।
ତାକୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବା ଅପେକ୍ଷା ନ୍ୟାୟିକ ଦିଗକୁ ଯାଆନ୍ତୁ । ଏହା ନକରି ପୋଲିସକୁ ଦୋଷ ଦେବା ଉଚିତ ନୁହେଁ । ଯେଉଁମାନେ ଅଭିଯୁକ୍ତ ସେମାନଙ୍କ ବିରୋଧରେ ପୋଲିସ କିଛି ପ୍ରମାଣ ପାଇଛି ଯେଉଁଥିପାଇଁ ସେମାନଙ୍କୁ ଗିରଫ କରାଯାଇଛି । ଏହା ନଥିଲେ ପୋଲିସ ଗିରଫ କରି ନଥାଆନ୍ତା ବୋଲି ପୃଥ୍ବୀରାଜ କହିଛନ୍ତି ।





