ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାତ୍ୟା ପାଇଁ ନଗର ଉନ୍ନୟନ ବିଭାଗର ପ୍ରସ୍ତୁତି । ସମସ୍ତ ସହରାଞ୍ଚଳରେ ଜରୁରୀକାଳୀନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଛୁଟି ବାତିଲ ଛୁଟି ବାତିଲ କରାଯାଇଛି । ଏହାସହିତ ଅଧିକାରୀଙ୍କୁ ଷ୍ଟେସନ ନଛାଡିବାକୁ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ସହରାଞ୍ଚଳଗୁଡ଼ିକରେ ଥିବା ଓ୍ୱାଟର ଲଗିଂ ଜାଗାକୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ଆଲର୍ଟରେ ରଖାଯିବ । ରନ୍ଧା ଖାଦ୍ୟ ଏବଂ ପିଇବା ପାଣି ମହଜୁଦ ରଖିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଓ୍ୱାଟର ସପ୍ଲାଏ ଏବଂଡିଜି ସେଟ୍କୁ ପ୍ରସ୍ତୁତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ।





