ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାଡ଼ି ଆସିଛିବାତ୍ୟା ମୋନ୍ଥା । ଏହାକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାରେ ୯୭ଜଣ ଗର୍ଭବତୀ ମହିଳାଙ୍କୁ ମା ଗୃହ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ ପାଖାପାଖି ୧୫୦ ଜଣ ଗର୍ଭବତୀ ମହିଳାଙ୍କୁ ଚି଼ହ୍ନଟ କରାଯାଇଛି ଏବଂ ଖୁବ ଶୀଘ୍ର ସେମାନଂକୁ ମା’ ଗୃହ ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସୂଚନା ଦେଇଛନ୍ତି। ବାତ୍ୟା ପ୍ରଭାବରେ ରାୟଗଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ଆକଳନ କରାଯାଇଥିବା ବେଳେ ରାୟଗଡା ଜିଲ୍ଲାକୁ ରେଡଜୋନରେ ରହିଥିବା ପାଣିପାଗ ବିଭାଗିୟ ସୂତ୍ରରୁ ଜଣାପଡିଛି ।
ସେପଟେ ରାୟଗଡା ଜିଲ୍ଳାପାଳ ଆଶୁତୋଷ କୁଲକର୍ଣୀ ଓ ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦିଲୀପ ଦୁଧାଲ ପ୍ରଶାସନ ପକ୍ଷରୁ ଲାଇନ ବିଭାଗୀୟ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସମସ୍ତେ ସମ୍ଭାବ୍ୟ ବର୍ଷାକୁ ନେଇ ପ୍ରସ୍ତୁତ ହୋଇ ରହିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଜିଲ୍ଳାର ତିନୋଟି ବାତ୍ୟା ଆଶ୍ରୟସ୍ଥଳି ଗୁଣପୁରର ବିକ୍ରମପୁର,ବିଷମକଟକର କୁଟ୍ରାଗଡ ଓ ରାୟଗଡା ବ୍ଲକର ହାଟ ଶେଷଖାଲକୁ ପ୍ରସ୍ତୁତ ରଖାଯାଇଛି ବୋଲି ପ୍ରଶାସନ ସୂଚନା ଦେଇଛି ।





