ସବୁଥର ପରି ଏଥର ମଧ୍ୟ ଏକାଠି ଦୃଢ଼ ମୁକାବିଲା କରିବା: ନବୀନ ପଟ୍ଟନାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାତ୍ୟା ମୋନ୍ଥାର ପ୍ରଭାବ ସାରା ରାଜ୍ୟରେ ଦେଖାଦେଇଛି । ଏହା ମଧ୍ୟରେ ବାତ୍ୟା ମୋନ୍ଥାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ବାର୍ତ୍ତା ଦେଇଛନ୍ତି । ତେବେ ବାତ୍ୟାକୁ ଭୟ ନକରି ସତର୍କ ରୁହନ୍ତୁ । ଆମେ ଅନେକ ବାତ୍ୟାର ମୁକାବିଲା କରିଛୁ, ଏଥର ମଧ୍ୟ କରିବା । ପ୍ରଶାସନକୁ ସହଯୋଗ କରିବାକୁ ଲୋକଙ୍କୁ ଅପିଲ୍ କଲେ ନବୀନ ।

ଲୋକଙ୍କ ସହ ରୁହନ୍ତୁ ବିଜେଡି କର୍ମୀ ବୋଲି ନବୀନ କହିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ଜାରି କରି ନବୀନ ଲେଖିଛନ୍ତି, ବାତ୍ୟା ମୋନ୍ଥା ପାଇଁ ଭୟଭୀତ ନ ହୋଇ ସଜାଗ ରୁହନ୍ତୁ । ସବୁଥର ପରି ଏଥର ମଧ୍ୟ ଆମେ ଏକାଠି ବାତ୍ୟାର ଦୃଢ଼ ମୁକାବିଲା କରିବା ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।

Related Posts