ଦୁଇ ଦଳର ପ୍ରାର୍ଥୀ ଆମଦାନୀ, ବିହାରରୁ ଆସି ପ୍ରଶାନ୍ତ କିଶୋରଙ୍କ ଟିମ୍ ଆମ ପାଇଁ କାମ କରୁଛି: ଘସିରାମ ମାଝୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପ ନିର୍ବାଚନକୁ ନେଇ ସାରା ରାଜ୍ୟର ରାଜନୀତିକ ମହଲ ଚଳଚଞ୍ଚଳ ହୋଇଉଠିଛି । ଏହା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଘସିରାମ ମାଝୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ମୁଁ ହେଉଛି ନୂଆପଡ଼ାର କିଙ୍ଗ୍ ମେକର୍ । ମୋର ୪୧ ବର୍ଷର ଅଭିଜ୍ଞତା ରହିଛି । ମୋ ସମୟର ନେତା ରାଜେନ୍ଦ୍ର ଢୋଲକିଆ ଓ ବସନ୍ତ ପଣ୍ଡା । ସେମାନେ ଜିତିଛନ୍ତି । ଅନ୍ୟ ପ୍ରାର୍ଥୀଙ୍କ ଅଭିଜ୍ଞତା ନାହିଁ । ଦୁଇ ଦଳର ପ୍ରାର୍ଥୀ ଆମଦାନୀ । ମୁଁ ଜଣେ ଶିକ୍ଷିତ ପ୍ରାର୍ଥୀ । ମୁଁ ସବୁଠାରୁ ଶ୍ରେଷ୍ଠ ପ୍ରାର୍ଥୀ । ମୁଁ ସବୁ ପରୀକ୍ଷାରେ ତାଙ୍କଠାରୁ ଆଗରେ । କିଙ୍ଗ୍ ମେକର୍‌ର ଅଧିକ ବୁଦ୍ଧି ଥାଏ ।ସ୍ଵର୍ଗତ ଘାସିରାମ ମାଝୀ ମୋର ଗୁରୁ । ତାଙ୍କ ପୁଅ ଟିକେ ହୁସିଆର ନ ଥିଲେ। ତେଣୁ ସେ ମୋତେ ତାଙ୍କ ଦାୟାଦ କୁହନ୍ତି । ମୁଁ ହିଁ ଅରିଜିନାଲ ଘାସିରାମ । ମୁଁ ରାଜେନ୍ଦ୍ର ଢୋଲକିଆଙ୍କୁ ତିଆରି କରିଥିଲି । ବିହାରରୁ ଆସି ପ୍ରଶାନ୍ତ କିଶୋରଙ୍କ ଟିମ୍ ଆମ ପାଇଁ କାମ କରୁଛି । ଶାସକ ଦଳ ଉପନିର୍ବାଚନ ଜିତେ, ଏହା ଏଥର ଭୁଲ୍ ପ୍ରାମାଣିତ ହେବ ବୋଲି ଘସିରାମ ମାଝୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚା ଜର ଧରିବାରେ ଲାଗିଛି ।

Related Posts