ଦିନକୁ ଦିନ କଂଗ୍ରେସ ପ୍ରାର୍ଥୀଙ୍କ ଲୋକପ୍ରିୟତା ବଢୁଛି, ଏହାକୁ ରୋକିବା ପାଇଁ ପୁଲିସକୁ ବ୍ୟବହାର କରୁଛି ବିଜେପି: କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ବିଧାନସଭା ନିର୍ବାଚନକୁ ନେଇ ସାରା ରାଜ୍ୟର ରାଜନୀତିକ ମାହଲ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ କଂଗ୍ରେସ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ଲଲାଟେନ୍ଦୁ ମହାପାତ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।ସେ କହିଛନ୍ତି, ଉପନିର୍ବାଚନରେ କଂଗ୍ରେସ ଭଲ ସ୍ଥିତିରେ ରହିଛି। ଦିନକୁ ଦିନ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଲୋକପ୍ତିୟତା ବଢୁଛି। ରାଜ୍ୟ ସରକାର ଲୋକପ୍ରିୟତା ରୋକିବା ପାଇଁ କଳ, ବଳ ଲଗାଉଛନ୍ତି ବୋଲି ସେ ବଡ଼ ଅଭିଯୋଗ ଆଣିଛନ୍ତି।

ସେପଟେ ଗତକାଲି ପୁଲିସ ନୂଆପଡ଼ା କଂଗ୍ରେସ ଭବନ ଭିତରେ ପଶି ଆତଙ୍କରାଜ ସୃଷ୍ଟି କରିଛି। ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ପୁଲିସକୁ ବ୍ୟବହାର କରୁଛି ବିଜେପି ଦଳ। ପୁଲିସ କେତେ ଥର ବିଜେପି ଏବଂ ବିଜେଡି ଅଫିସରେ ଯାଞ୍ଚ୍ କରିଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ।ମହିଳାମାନଙ୍କୁ ପ୍ରଭାବିତ କରିବାକୁ ବିଜେପି ନେତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ମେଳାର ଆୟୋଜନ କରିଥିଲେ, ସେତେବେଳେ କେଉଁଠି ଥିଲେ ଏହି ପୁଲିସ ଅଧିକାରୀ ବୋଲି ସେ ପ୍ରଶ୍ନ କରିଛନ୍ତି।

Related Posts