ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସିଏମ୍ସି କାଉନସିଲ ବୈଠକରେ ମୁହାଁମୁହିଁ ହେଲେ ବିଜେଡି ଓ ବିଜେପିର କର୍ପୋରେଟର । ଏପରିକି ମାଇକ ଭାଙ୍ଗିବା, ଫୁଲଦାନୀ ଫୋପାଡ଼ିବା ସହ ଠେଲପେଲା ହେବାଭଳି ପରିସ୍ଥିତି ଦେଖିବାକୁ ମିଳିଛି । ପରିଣାମ ସ୍ୱରୂପ କାଉନସିଲ ବୈଠକ ଅଧାରୁ ବନ୍ଦ ରହିଛି । ଉଭୟ ପକ୍ଷଙ୍କୁ ବୁଝାଇବା ଲାଗି ମେୟର ଚେଷ୍ଟା କରିଥିଲେ ସୁଧା ପରିସ୍ଥିତି ସୁଧୁରିନଥିଲା । ତେବେ ଆଜି ବସିଥିଲା ସିଏମସି କାଉନସିଲ ବୈଠକ । ବୈଠକରେ ବାଲିଯାତ୍ରା ସହ ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା ।
ତେବେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲେ ବିଜେଡି ଓ ବିଜେପିର କର୍ପୋରେଟର । ଏତିକି ବେଳେ ଜଣେ ସଦସ୍ୟ ବୈଠକରେ ଅପ ଶବ୍ଦ ବ୍ୟବହାର କରିଥିଲେ । ଯାହାକୁ ନେଇ ମିଟିଂରେ ହଙ୍ଗାମା ପରିସ୍ଥିତି ହୋଇଥିଲା । ଏମିତିକି ବୈଠକରେ ଚେୟାର ବି ଉଡିଥିଲା । ପରେ ସ୍ଥିତି ନିୟନ୍ତ୍ରଣ କରିବାକୁ ମେୟର ହସ୍ତକ୍ଷେପ କରିଥିବାର ସୂଚନା ମିଳିଛି ।





