ନୂଆପଡ଼ା ଜିଲ୍ଲାପାଳଙ୍କ ବିରୋଧରେ ବିଜେଡିର EVM ରଖିବା ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନ ଉପରେ ସାରା ରାଜ୍ୟର ନଜର ରହିଛି । ଏହା ମଧ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍‌ ଗୋପାଳନ ସାମ୍ବାଦିକ ସମ୍ମିଳନୀ କରିଥିବାର ଦେଖିବାକୁ ମିଳିଛି । ତେବେ ଗତକାଲି ଏକ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା କି ଗଞ୍ଜାମ ଜିଲ୍ଲାରୁ ଏକ ଟ୍ରକ ଭର୍ତ୍ତି EVM ଆସିଛି। ଆଉ ତାକୁ ଲୁଚାଇ ନୂଆପଡ଼ା ଜିଲ୍ଲାପାଳ ରଖିଛନ୍ତି ଭୋଟ ସରିବା ପରେ କାଢିବେ। କିନ୍ତୁ ଏଥିରେ କୌଣସି ସତ୍ୟତା ନାହିଁ, ତାହା କେବେ ବି ସମ୍ଭବ ନୁହେଁ। କାହିଁକି ନା ୩୦ଜିଲ୍ଲାରେ ଆମର EVM ପାଇଁ ୱାର ରୁମ୍ ରହିଛି। ପୁଲିସ ସୁରକ୍ଷାରେ ରହିଛି ।

ଗଞ୍ଜାମ ଜିଲ୍ଲାରେ ଦୁଇଟି ରହିଛି ବୋଲି କହିଛନ୍ତି। ଏହା ସହ ସାମ୍ନାକୁ ଆସିଥିବା ଗୁରୁତ୍ବପୂର୍ଣ୍ଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍‌ ଗୋପାଳନ। ସେ କହିଛନ୍ତି ଯେ ନୂଆପଡ଼ା ଉପ ନିର୍ବାଚନରେ କୌଣସି ଜିଲ୍ଲାର EVM ବ୍ୟବହାର ହେବାର ନାହି , କୌଣସି ଜିଲ୍ଲାରୁ ଆସିନାହିଁ। ମୁଁ ନିଜେ କାଲି ଗଞ୍ଜାମର ୱାର ରୁମକୁ ଅନୁଧ୍ୟାନ କରିଛି। EVM ବିରୋଧରେ ଯେତିକି ଅଭିଯୋଗ ଆସିଛି ତାହା କେବେ ବି ପ୍ରମାଣିତ ହୋଇନାହିଁ। ନୂଆପଡ଼ା ଜିଲ୍ଲାପାଳଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ତାହା ଭିତ୍ତିହୀନ। ନୂଆପଡ଼ା ଓ ଓଡ଼ିଶାବାସୀମାନଙ୍କୁ ମୋର ଅନୁରୋଧ ଏମିତି ମିଥ୍ୟାକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି କହିଛନ୍ତି । ସେପଟେ ଆସନ୍ତାକାଲି ନୂଆପଡ଼ା ଉପ ନିର୍ବାଚନ ହେବାକୁ ଯାଉଛି।

Related Posts