ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ବିସ୍ଫୋରଣକୁ ନେଇ ସାରା ଦେଶର ଚର୍ଚ୍ଚା । ଏହା ମଧ୍ୟରେ ଦିଲ୍ଲୀର ବିସ୍ଫୋରଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ ଭାଇରାଲ ହେଉଛି। ତେବେ ଲସ୍କର-ଏ-ତୈବା ଆକ୍ରମଣ ପାଇଁ ନିଜକୁ ଦାୟୀ ବୋଲି ଦାବି କରିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ପାକିସ୍ତାନୀ ସଂଗଠନ ଲସ୍କର-ଏ-ତୈବା ଭାରତରେ ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ ବୋଲି କହିଛି। ସେପଟେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମରେ ଲସ୍କର-ଏ-ତୈବା ନାମରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦିଲ୍ଲୀରେ ବିସ୍ଫୋରଣ ପାଇଁ ଦାୟୀ ବୋଲି ଦାବି କରାଯାଇଛି। ତେବେ ଏହି ପୋଷ୍ଟକୁ ନିଶ୍ଚିତ କରାଯାଇ ନାହିଁ।ପୋଷ୍ଟରେ ଦାବି କରାଯାଇଛି ଯେ, ଅପରେସନ ସିନ୍ଦୂର ସମୟରେ ଏକ ଭାରତୀୟ କ୍ଷେପଣାସ୍ତ୍ର ପିଓକେର ବିଲାଲ ମସଜିଦ୍ ଉପରେ ଆକ୍ରମଣ କରିଥିଲା। ଏହା ସେହି ଆକ୍ରମଣର ପ୍ରତିଶୋଧ ବୋଲି କୁହାଯାଉଛି। ପୁଲିସ ଭାଇରାଲ ପୋଷ୍ଟର ତଦନ୍ତ କରୁଛି।ପୋଷ୍ଟରେ ଲେଖାଯାଇଛି, “ଲସ୍କର-ଏ-ତୈବାର ସାହସୀ ଏବଂ ଭୟଙ୍କର ଟାଇଗରମାନେ ଆଜି, ନଭେମ୍ବର ୧୦, ୨୦୨୫ ସନ୍ଧ୍ୟା ୫ଟାରେ ଭାରତର ରାଜଧାନୀ ନୂଆଦିଲ୍ଲୀ ଉପରେ ଆକ୍ରମଣ କରିଥିଲେ। କିଛି ମାସ ପୂର୍ବେ କଶ୍ମୀରର ବିଲାଲ ମସଜିଦ୍‌ରେ ସହିଦଙ୍କ ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ କରାଯାଇଥିଲା।

ଯେଉଁଠାରେ ୫୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।ଏଥିରେ ଲେଖାଯାଇଛି, ଭଗବାନଙ୍କ ଜ ହେଉ! ଲସ୍କର-ଏ-ତୈବା ମସଜିଦ୍‌ର ପ୍ରତ୍ୟେକ ଇଟାର ପ୍ରତିଶୋଧ ନେବାକୁ ଏବଂ ପ୍ରତ୍ୟେକ ମନ୍ଦିରରେ ପହଞ୍ଚିବାକୁ ପ୍ରତିଜ୍ଞା କରିଛି। କଶ୍ମୀର ମୁକ୍ତ ନହେବା ପର୍ଯ୍ୟନ୍ତ ଏବଂ ଭାରତ ଧ୍ୱଂସ ନହେବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜର ଧରିଛି ।