ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଇରାନ ଏବଂ ଆମେରିକା ଯୁଦ୍ଧ ମଧ୍ୟରେ ଜାମ୍ମୁରେ ୨୫,୦୦୦ ଟଙ୍କାରେ ନିଲାମ ହେଲା ଅଣ୍ଡା । ପୂର୍ବରୁ କାର୍ଗିଲର ତ୍ରେସାପୋନ୍ ଅଞ୍ଚଳରେ ଏକ ନିଲାମରେ ଏକ କୁକୁଡ଼ା ୧.୨୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ତେବେ ଅଞ୍ଜୁମାନ ଇମାମିଆ ଲେହ ଏବଂ ମଜଲିସ-ଏ-ଉଲେମା ଲେହ ଇରାନରେ ପ୍ରଭାବିତ ଲୋକଙ୍କ ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି। ଲେହରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାନ କରାଯାଇଥିବା ଏକ କୁକୁଡ଼ା ରବିବାର ସକାଳେ ଏକ ଅଣ୍ଡା ଦେଇଥିଲା। ଲେହର ଶବିର ହୁସେନ ନିଲାମରେ ଏହି ଅଣ୍ଡାକୁ ୨୫,୦୦୦ ଟଙ୍କା ଦେଇ କିଣିଛନ୍ତି। ସେପଟେ ଆସନ୍ତା ଶୁକ୍ରବାର ଏବଂ ରବିବାର ମଧ୍ୟ ସମାନ ନିଲାମ ଅନୁଷ୍ଠିତ ହେବ। ପୂର୍ବରୁ ମାର୍ଚ୍ଚ ୨୯ ତାରିଖରେ ସିଆ ବହୁଳ କାରଗିଲ ଜିଲ୍ଲାର ଜିଏମପୋର ଗାଁରେ ସ୍ଥାନୀୟ ବାସିନ୍ଦାମାନେ ଜନସାଧାରଣଙ୍କଠାରୁ ଦାନ ସଂଗ୍ରହ କରିଥିଲେ। ଦାନ କରାଯାଇଥିବା ଜିନିଷଗୁଡ଼ିକୁ ନିଲାମ କରାଯାଇଥିଲା।
