ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖରାଦିନ ସମୟରେ ପାଓ୍ବାର କଟକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ ଘୋଷଣା କରିଛନ୍ତି । ତେବେ ବାଲିଅନ୍ତା ଠାରେ ବିଦ୍ୟୁତ ସବ୍ ଷ୍ଟେସନ ଲୋକାର୍ପଣ ଅବସରରେ ଖରାଦିନେ ପାଓ୍ବାର କଟ୍ ହେବନି ବୋଲି ନିଶ୍ଚିତ କରିଛନ୍ତି । ଅଘୋଷିତ ବିଦ୍ୟୁତ୍ କାଟ୍ ଏକ ଦଣ୍ଡନୀୟ ଅପରାଧ । ଯେଉଁ ଅଧିକାରୀ ବିଦ୍ୟୁତ କାଟ୍ କରିବେ ତାଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିପାରେ ବୋଲି କହିଛନ୍ତି । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଠାରେ ଭୁବନେଶ୍ୱର ବିଦ୍ୟୁତ ଶକ୍ତି ବ୍ୟବସ୍ଥାର ସମ୍ପ୍ରସାରଣ । ୬୦୦ କୋଟି ବ୍ୟୟରେ ୩ ଗ୍ରୀଡ୍ ସବ୍‌ଷ୍ଟେସନ୍ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୮ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନ୍ ମଧ୍ୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ବିଦ୍ୟୁତ୍ କାଟକୁ ନେଇ ଏପରି କହୁଥିବାର ଦେଖିବାକୁ ମିଳିଛି ।