ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏହା ମଧ୍ୟରେ TMC ର ବଡ ଅଭିଯୋଗ ସାମ୍ନାକୁ ଆସିଛି । ତେବେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ନେତା ହୁମାୟୁନ୍‌ କବିର୍‌ଙ୍କର ବିଜେପି ସହିତ ସମ୍ପର୍କ ଥିବା ଅଭିଯୋଗ ହୋଇଛି । ମୁସଲମାନ ଭୋଟରଙ୍କୁ ବିଜେପି ଆଡ଼କୁ ଆକର୍ଷିତ କରିବାକୁ ୧୦୦୦ କୋଟି ଟଙ୍କାର ଡିଲ୍‌ ହୋଇଥିବା ଅଭିଯୋଗ କରିଛି ଶାସକ ତୃଣମୂଳ କଂଗ୍ରେସ। ଟିଏମ୍‌ସି ପକ୍ଷରୁ ଏ ସମ୍ପର୍କିତ ଷ୍ଟିଙ୍ଗ ଅପରେସନର ଭିଡିଓ ପ୍ରକାଶ କରାଯିବା ପରେ ଏହାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ହୁମାୟୁନ୍‌ କବିର ପଶ୍ଚିମବଙ୍ଗର ମୁସଲମାନମାନଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେବା ସହିତ ବିଜେପି ସହିତ ତାଙ୍କର ତଥାକଥିତ ସମ୍ପର୍କ ଥିବା ଏଥିରେ କୁହାଯାଇଛି ।