ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସାମ ମୁଖ୍ୟମନ୍ତ୍ରୀ ପତ୍ନୀଙ୍କ ଦ୍ୱାରା ଦାଖଲ ହୋଇଥିବା ମାମଲାକୁ ନେଇ ଏକ ରୋଚକ କଥା ସାମ୍ନାକୁ ଆସିଛି । ତେବେ କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ତେଲେଙ୍ଗାନା ହାଇକୋର୍ଟ । ତେବେ ଜଷ୍ଟିସ କେ ସୁଜାନା ରାୟ ପ୍ରକାଶ କରି କହିଛନ୍ତି, କୋର୍ଟରେ ଆବେଦନ ଦାଖଲ କରିବା ପାଇଁ ଖେଡାଙ୍କୁ ଗୋଟିଏ ସପ୍ତାହ ସମୟ ଦିଆଯାଇଛି। ଖେଡ଼ାଙ୍କ ନାଁରେ ଗୁଆହାଟି କ୍ରାଇମ ବ୍ରାଞ୍ଚ ପୁଲିସ ଥାନାରେ ବିଏନ୍‌ଏସ୍‌ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ସେପଟେ ଖେଡ଼ା ଏପ୍ରିଲ ୫ ତାରିଖରେ ଅଭିଯୋଗ କରିଥିଲେ ଯେ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମାଙ୍କର ତିନିଟି ଦେଶର ପାସପୋର୍ଟ, ବିଦେଶରେ ସମ୍ପତ୍ତି ଓ କମ୍ପାନି ରହିଛି। ଏହିସବୁ ସମ୍ପତ୍ତି ସମ୍ପର୍କରେ ବିଶ୍ବଶର୍ମା ତାଙ୍କ ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି। ତେବେ ବିଶ୍ବଶର୍ମା ଅଭିଯୋଗ କରିଥିଲେ ଯେ, ଅଭିଯୋଗ କରିବା ପୂର୍ବରୁ କଂଗ୍ରେସ କାଗଜପତ୍ର ଯାଞ୍ଚ କରିନଥିଲା। ହାଇଦ୍ରାବାଦରେ ଖେଡ଼ାଙ୍କର ଘର ଥିବାରୁ ଏଠାରୁ ସେ ଆଗୁଆ ଜାମିନ ପାଇଁ ଆବେଦନ ଦାଖଲ କରିଥିଲେ।

­