ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତୃତୀୟ ଦିନରେ ବାହାର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ଜାରି । ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ରତ୍ନଭଣ୍ଡାରର ଗଣତି ମଣତି ଟିମ୍ ର ସଦସ୍ୟ ମାନେ ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରୁଛନ୍ତି। ସମ୍ପୂର୍ଣ୍ଣ ଆଧୁନିକ ଓ ଡିଜିଟାଲ ପଦ୍ଧତିରେ ସମସ୍ତ ଗଣତି ମଣତି କାର୍ଯ୍ୟ ଜାରୀ ରହିଛି। ପ୍ରତ୍ୟେକ ରତ୍ନ ଅଳଙ୍କାର କୁ ଚିହ୍ନଟ କରାଯାଇ ଏହାର ଥ୍ରୀଡି ମ୍ୟାପିଙ୍ଗ କରାଯାଉଛି। ସ୍ବର୍ଣ୍ଣକାର, ରତ୍ନ ବିଶାରଦ ଏବଂ ଆରବିଆଇ ଅଧିକାରୀ ସମସ୍ତ ରତ୍ନ ଅଳଙ୍କାର ଏବଂ ମୋତି ମାଣିକ୍ୟ କୁ ଓଜନ କରି ଏହାକୁ ଚିହ୍ନଟ କରୁଛନ୍ତି। ତେବେ ଆଜି ମଧ୍ୟ ପାରମ୍ପରିକ ପୋଷାକ ପରିଧାନ କରି ରତ୍ନଭଣ୍ଡାର ଗଣତି ମଣତି ଟିମ୍ ର ସଦସ୍ୟ ମାନେ ମହାପ୍ରଭୁଙ୍କ ସକାଳ ଧୂପ ନୀତି ସରିବା ପରେ ବାହାର ରତ୍ନଭଣ୍ଡାର କୁ ପ୍ରବେଶ କରିଥିଲେ। ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯାଉଛି।ସେପଟେ ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଦୁଇଦିନ ଭିତରେ ୪୦ ରୁ ଉର୍ଦ୍ଧ୍ବ ପ୍ରକାରର ରତ୍ନ ଅଳଙ୍କାର ଗଣତି ମଣତି କରାଯାଇଛି।
