ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): SIRକୁ ବିରୋଧ କରି ଦାଏର ପିଟିସନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ତେବେ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ ଉକ୍ତ ପିଟିଶନଗୁଡ଼ିକର ଶୁଣାଣି କରିବେ ବୋଲି ୧୩ ତାରିଖ ପାଇଁ ଥିବା ସର୍ବୋଚ୍ଚ ଅଦାଲତଙ୍କ କାର୍ଯ୍ୟସୂଚୀରୁ ଜଣାପଡ଼ିଛି। ଏପ୍ରିଲ ୨୩ ଓ ୨୯ରେ ୨ପର୍ଯ୍ୟାୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏହାର ମାତ୍ର ଅଳ୍ପ କିଛିଦିନ ପୂର୍ବରୁ ନିର୍ବାଚନ କମିଶନ ଭୋଟର ତାଲିକାକୁ ରଦ୍ଦ କରି ଚୂଡ଼ାନ୍ତ ତାଲିକା ପ୍ରକାଶ କରିବାକୁ ଚ୍ୟାଲେଞ୍ଜ କରାଯାଇଥିଲା। ଏଥିସହିତ ଅନ୍ୟ ପିଟିଶନ୍‌ର ଶୁଣାଣି ୧୩ରେ କରିବା ପାଇଁ ଗତ ୧୦ ତାରିଖରେ ଶୀର୍ଷ ଅଦାଲତ ରାଜି ହୋଇଥିଲେ। ପଶ୍ଚିମବଙ୍ଗର ମାଲଦା ଜିଲାରେ ଏସ୍‌ଆଇଆର୍‌ କାର୍ଯ୍ୟରେ ନିୟୋଜିତ ଥିବା ୭ ଜଣ ନ୍ୟାୟିକ ଅଫିସରଙ୍କୁ ଘେରାଉ କରାଯିବା ଘଟଣାକୁ ସୁପ୍ରିମକୋର୍ଟ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଥିବାବେଳେ ଏହାର ଶୁଣାଣି ମଧ୍ୟ ସୋମବାର ହେବାକୁ ଯାଉଛି।