ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହିଳା ସଂରକ୍ଷଣ ବିଲକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏହା ମଧ୍ୟରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ମହିଳା ସଂରକ୍ଷଣକୁ ବିରୋଧୀ ବିରୋଧ କରୁଛନ୍ତି । ଡିଲିମିଟେସନ୍ ନୁହେଁ, ମହିଳା ସଂରକ୍ଷଣକୁ ବିରୋଧୀଙ୍କ ବିରୋଧ ବୋଲି ଶାହ ନିଜ ବୟାନରେ କହିଛନ୍ତି । ଇଣ୍ଡି ବ୍ଲକ ପରୋକ୍ଷରେ ମହିଳା ସଂରକ୍ଷଣକୁ ବିରୋଧ କରିଛି ବୋଲି ଶାହ ଅଭିଯୋଗ କରିଛନ୍ତି । ଖାଲି ଏତିକି ନୁହେଁ ବରଂ ବିଲ୍ର ଉଦ୍ଦେଶ୍ୟ ମହିଳାଙ୍କୁ ସଶକ୍ତୀକରଣ କରିବା । ଏହାସହ ମହିଳା ସଂରକ୍ଷଣ ସହ ୨୦୨୯ ନିର୍ବାଚନ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ବୋଲି ଶାହ କହିଛନ୍ତି । ସେ ଆହୁରି କହିଛନ୍ତି, ସୁଶାସନ ପାଇଁ ଡିଲିମିଟେସନ ନିହାତି ଜରୁରୀ । ୧୨୭ ଲୋକସଭା ସିଟ୍ ଏଭଳି ଅଛି, ଯେଉଁଠି ଭୋଟର ସଂଖ୍ୟା ୨୦ ଲକ୍ଷ । ଜଣେ ସାଂସଦ ୨୦ ଲକ୍ଷ ଭୋଟର ପର୍ଯ୍ୟନ୍ତ କିପରି ପହଞ୍ଚି ପାରିବେ । ଡିଲିମିଟେସନକୁ ବିରୋଧ ଅର୍ଥ SC/ST ଆସନ ବୃଦ୍ଧିକୁ ବିରୋଧ । ୨୦୨୯ରେ ମହିଳାଙ୍କୁ ସଂରକ୍ଷଣ ଦେବାକୁ ହେଲେ ଡିଲିମିଟେସନ ଜରୁରୀ । ବିରୋଧୀ କେବଳ ଭ୍ରାନ୍ତ ଧାରଣା ପ୍ରଚାର କରିବାରେ ଲାଗିଛି ବୋଲି ଗୃହମନ୍ତ୍ରୀ ଅମିତ୍ ଶାହା କହିଛନ୍ତି।
